Jump to content

କାନ୍ତାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ତାର
ଉଚ୍ଚାରଣ: Kāntāra

ସଂ. ବି. (କାନ୍=କେଉଁମାନଙ୍କୁ+ତୃ ଧାତୁ ଣିତ=ତାରି ଧାତୁ+ଗମନ କରାଇବା+କର୍ତ୍ତୃ. ଅ; ଯେ କାହାକୁହିଁ ଯିବାକୁ ଛାଡ଼ିଦିଏ ନାହିଁ; ଅମରକୋଷ ଟୀକାରେ ଲେଖା ଅଛି ବ୍ୟାଘ୍ରାଦିଙ୍କ ଉପଦ୍ରବ ଯୋଗୁଁ ଯେଉଁ ପଥ ଦୁର୍ଗମ ତାହାକୁ କାନ୍ତାର ବୋଲାଯାଏ) —

୧: ଦୁର୍ଗମ ପଥ ୧. Impassable road; dangerous road.

[ଦ୍ର—ବୌଦ୍ଧ ଗ୍ରନ୍ଥମାନଙ୍କରେ କାନ୍ତାର ୫: ପ୍ରକାର ଯଥା— ଚୌର କାନ୍ତାର, ବ୍ୟାଳ କାନ୍ତାର, ଅମାନୁଷ୍କ କାନ୍ତାର, ନିରୁଦକ କାନ୍ତାର ଓ ଅଳ୍ପଭକ୍ଷ କାନ୍ତାର—ହି. ଶବ୍ଦସାଗର]

୨: ଗହନ; ବନ; ଜଙ୍ଗଲ —୨. Jungle; forest.

୩: ମରୁଭୁମି —୩. Desert.

୪: ନିର୍ଜନ ପ୍ରଦେଶ; ଲୋକାଳୟଶୂନ୍ୟ ସ୍ଥାନ — ୪. Wilderness.

୫: ବିଳ; ଗହର; ଗାତ; ଛିଦ୍ର — ୫. Den; hole; cavity.

୬: (କାନ୍ତ=କମନୀୟ ରସ+ଋ=ପ୍ରଦାନ କରିବା+କର୍ତ୍ତୃ. ଅ)—କାନ୍ତାରି ଆଖୁ; ଏକ ପ୍ରକାର ଆଖୁ — ୬. A sweet variety of sugar-cane.

୭: (ୟାହା ମଝି ଦେଇ ମନୁଷ୍ୟ ପଶିଯାଇ ନ ପାରେ)— ବାଉଁଶ —୭. Bamboo.

ଦେ. ବି —

୧: ଦୁର୍ଭିକ୍ଷ —୧. Famine.

ମହର୍ଗରୁ ଯାଇ କାନ୍ତାରରେ ପଡ଼ିବା—ଢଗ

୨: ଦୁର୍ଭିକ୍ଷ ସମୟ —୨. A time of scarcity.

ମୁଲିଆ ମୁଲର ଊଣା କରନ୍ତି ଯେ ପ୍ରାଣୀ କାନ୍ତାରେ କାଢଇ ଯେହୁ ସାମାନ୍ୟ ଗଉଣୀ ମହାଦେବ. ସାତପୁରାଣ