କାନ୍ଦିଶୀକ
ଦେଖଣା
କାନ୍ଦିଶୀକ —
ଉଚ୍ଚାରଣ: Kāndiṡīka
ସଂ. ବି. (କାଂ+ଦିଶଂ+ଈକ; 'କାଂ ଦିଶଂ ନ ପଶ୍ୟତୀତି କାନ୍ଦିଶୀକଃ'; ଭୟରେ ଅତରଚ୍ଛ ହୋଇ ପଳାଇବା— ବେଳେ ଯେ କେଉଁ ଦିଗକୁ ଚାହିଁ ପାରେ ନାହିଁ) —
୧: ଭୟଦ୍ରୁତ; ଭୟରେ ପଳାୟିତ; ଭୟତ୍ରସ୍ତ — ୧. Dumbfounded through sudden fright; bewildered through fright.
କାନ୍ଦିଶୀକ ନୋହି ବନ୍ଦି ହେଲା ତହିଁ, ସଉନ୍ଦର୍ୟ୍ୟ ସାଉୟାକ— କବିସୂର୍ଯ୍ୟ. ଚନ୍ଦ୍ରକଳା
୨: ବୈକ୍ଳବ୍ୟଯୁକ୍ତ — ୨. Struck or agitated with fright.
ପାତ୍ରର ଉଢ଼ାଳେ ରହିଥିବ ଡରି ବିଦେଶି ସମ୍ମୁଖେ କାନ୍ଦିଶୀକ ପରି—ରାଧାନାଥ, ଦରବାର