Jump to content

କାନ ଡେରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ ଡେରିବା
ଉଚ୍ଚାରଣ: Kāna ḍeribā
কান খাড়াকরা उठाना

ଦେ. କ୍ରି —

ମନୋଯୋଗପୂର୍ବକ କୌଣସି ଶବ୍ଦ ବା କଥା ଶୁଣିବା ପାଇଁ ଉତ୍କର୍ଣ୍ଣ ହେବା — To prick up one's ears to hear something with attention.

ବିକଳେ କରୁଛନ୍ତି ଘୋର ଗରଜନ ଶୁଣ ହେ ଜନ୍ନେଜୟ ନୃପ ଡେରି କାନ କୃଷ୍ଣସିଂହ. ମହାଭାରତ. ଆଦି

[ଦ୍ର—ଯେଉଁ ଦିଗରୁ କୌଣସି ଶବ୍ଦ ଆସୁଥାଏ ସେ ଶବ୍ଦକୁ ସ୍ପଷ୍ଟ କରି ଶୁଣିବା ପାଇଁ ଘୋଡ଼ା, ଗୋରୁ, କୁକୁର ଆଦି ଜୀବ ସେହି ଦିଗକୁ କାନକୁ ବୁଲାଇ ପାରନ୍ତି; ଅଥଚ ମୁଣ୍ଡକୁ କାନର ଗତି ସଙ୍ଗେ ବୁଲାଇବାର ସେମାନଙ୍କର ଦରକାର ପଡ଼େ ନାହିଁ; କିନ୍ତୁ କାନ ବୁଲାଇବାକୁ ହେଲେ ମନୁଷ୍ୟ ମୁଣ୍ଡକୁ ନ ବୁଲାଇଲେ କେବଳ କାନକୁ କୌଣସି ଦିଗକୁ ବୁଲାଇ ପାରେ ନାହିଁ]