କାପ୍ତା କାପ୍ତି ଉଡ଼େଇବା
ଦେଖଣା
କାପ୍ତା କାପ୍ତି ଉଡ଼େଇବା —
ଉଚ୍ଚାରଣ: Kāptā kāpti uṟḍ̠eibā
ଦେ. କ୍ରୀ —
କାର୍ତ୍ତିକ ମାସରେ ଦାମୋଦର— ବ୍ରତ ଉଜାଇଁବା — To conclude the Dāmodara Brata vow observed during the mounth of Kārtika.
[ଦ୍ର—ହବିଷ୍ୟଶୀମାନେ କାର୍ତ୍ତିକ ମାସୟାକ ହବିଷ୍ୟାନ୍ନ ବଢ଼ାଇବା ପତର ପାଖରେ ଦୁଇଖଣ୍ଡ ଛୋଟ ପତ୍ରରେ କିଞ୍ଚତ୍ ଅନ୍ନ ରଖି ତାକୁ କାପ୍ତା କାପ୍ତିଙ୍କ ନାମରେ ଉତ୍ସର୍ଗ କରୁଥାନ୍ତି ଓ କାର୍ତ୍ତିକ ପୂର୍ଣ୍ଣମୀ ଦିନ କାର୍ତ୍ତିକ ମାସୟାକ କରିଥିବା ଦାମୋଦରବ୍ରତକୁ ଉଦ୍ୟାପନ କରି କପୋତ କପୋତୀରୂପକୁ ମୁରୁଜରେ ଲେଖି ତାକୁ ପୂଜା କରି ବିସର୍ଜନ କରିବା ନିମନ୍ତେ ହାତ ତାଳି ମାରି ଅଙ୍କିତ ପକ୍ଷୀଦ୍ବୟକୁ କଳ୍ପନା ଦ୍ବାରା ଉଡ଼ାଇ ଦିଅନ୍ତି; ଏହି ପ୍ରଥାକୁ କାପ୍ତା କାପ୍ତି ଉଡ଼େଇବା କହନ୍ତି]