କାବା
କାବା —
ଉଚ୍ଚାରଣ: Kābā
ঘাবরা
घाबराहुआ
ଦେ. ବିଣ. (ପୁଂ. ଓ ସ୍ତ୍ରୀ.) (ଫା. କାବାର୍ ଅର୍ଥ କୁସ୍ତୀର ଏକ ପେଞ୍ଚ; ଏଥିରେ ମଲ୍ଲ ବିପକ୍ଷର ପଛୁଆଡ଼ୁ ଏକ ହାତରେ ତା ପିଚାକୁ ଠେଲି ରଖି ଆର ହାତରେ ତା ଗୋଡ଼ର ଭଣ୍ଡାକୁ ଟାଣି ତାକୁ ହଠାତ୍ ତଳେ ପକାଇ ଦିଏ) —
୧: ବିସ୍ମିତ; ଆଶ୍ଚର୍ୟ୍ୟାନ୍ବିତ — ୧. Astonished; startled.
ସୁଜ୍ଞଳନେ ତୁମ୍ଭ ନାଟ ଦେଖ କାବା ରାଧାନାଥ. ଦରକାର
୨: କିଂକର୍ତ୍ତବ୍ୟବିମୂଢ଼; ଘାବରା — ୨. Struck dumb; bewildered; thunderstruck; dumbfounded.
কাবা
काबा
୩: ଓଲୁ; ନିର୍ବୁଦ୍ଧିଆ —୩. Foolish; idiotic.
ବୈଦେ. ବି. (ଆ.)
ମକ୍କାରେ ଥିବା ମୁସଲମାନମାନଙ୍କ ଚତୁଷ୍କୋଣ ପୂଜାମନ୍ଦିର ଓ ତୀର୍ଥ — The Mahomedan temple at Mecca.
[ଦ୍ର—ମୁଷଳମାନମାନେ ହଜ୍ କରିବା ଉପଲକ୍ଷରେ ଏଠାକୁ ୟାଆନ୍ତି ଏଠାରେ ହଜ୍ରତ୍ ମହମ୍ମଦଙ୍କ ପୂର୍ବେ ଦେବପ୍ରତିମାମାନ ପୂଜା ପାଉଥିଲେ ମହମ୍ମଦ୍ ସେଗୁଡ଼ିକ ସେଠାରେ କାଢ଼ି ଦେଇ ନିଜେ ସେ଼ଠାରେ ରହିଲେ କାବାର ମନ୍ଦିର ମଧ୍ୟରେ ଫିରସ୍ତା ଆବ୍ରାହାମ୍ କର୍ତ୍ତକ ପ୍ରଦତ୍ତ କୃଷ୍ଣ ପ୍ରସ୍ତର ରକ୍ଷିତ ହୋଇଅଛି]