Jump to content

କାବ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାବ୍ୟ
ଉଚ୍ଚାରଣ: Kābya

ସଂ. ବି. (କବି+ସ୍ବାର୍ଥେ; ଭାବେ. ୟ) —

୧: ଅସୁରଗୁରୁ; ଶୁକ୍ରାଚାର୍ୟ୍ୟ — ୧. Ṡukrāchārjya. the preceptor of the Asuras.

୨: ରାସଭାବାତ୍ମକ ଗ୍ରନ୍ଥ; କବିକୃତ ରସମୟ ଗ୍ରନ୍ଥ — ୨. Poem full of sentiment; lyrical poem.

୩: କବିତା —୩. Poem; poetry.

୪: ରହସ୍ୟମୟ କଥା —୪. Humorous story.

ସଂ. ବିଣ —

କବିସମ୍ବନ୍ଧୀୟ — relating to a poet.

[ଦ୍ର— କାବ୍ୟମାନଙ୍କର ପ୍ରକାର; ଯଥା—ଦୃଶ୍ୟକାବ୍ୟ, ଚିତ୍ର— କାବ୍ୟ, ନାଟ୍ୟକାବ୍ୟ, ମହାକାବ୍ୟ, ଖଣ୍ଡକାବ୍ୟ, ଗଦ୍ୟକାବ୍ୟ, ପଦ୍ୟ— କାବ୍ୟ; ସାଧାରଣତଃ କାବ୍ୟ ୩: ଶ୍ରେଣୀର, ଯଥା—ଉତ୍ତମ, ମଧ୍ୟମ ଓ ଅଧମ ଅଭିନୟଯୋଗ୍ୟ ଓ ଶ୍ରବଣ ବା ପଠନ ଯୋଗ୍ୟ ଭେଦରେ କାବ୍ୟ ଦୃଶ୍ୟ ଓ ଶ୍ରାବ୍ୟ ଦୁଇ ପ୍ରକାର ହୁଏ କାବ୍ୟ ପଦ୍ୟମୟ ଓ ଗଦ୍ୟମୟ କିମ୍ବା ଗଦ୍ୟପଦ୍ୟମୟ ହୁଏ ଯେଉଁ ଧାରାବାହିକ ବର୍ଣ୍ଣନା ପାଠ କଲେ ବା ଶୁଣିଲେ ବା ଦେଖିଲେ ପାଠକ, ଶ୍ରୋତା ବା ଦ୍ରର୍ଶକର ମନରେ ନାନାଦି ରସମୟ ଭାବ (ଯଥା— ଶୋକ, ବିସ୍ମୟ, ଉତ୍ସାହ, କ୍ରୋଧ, ଭୟ, ଭୁକ୍ତ, ସ୍ନେହ. ଅନୁରାଗ, ଘୃଣା, ଆନନ୍ଦ) ଉଦିତ ହୁଏ ଓ କାବ୍ୟବର୍ଣ୍ଣିତ ବଷୟକୁ ମାନସପଟରେ ଚିତ୍ରିତ କରି ସେହି ଚିତ୍ରର ରସ ଆସ୍ବାଦନ କରି ମନୁଷ୍ୟ ତନ୍ମୟ ହୋଇଯାଏ ତାହା କାବ୍ୟ ଅଟେ ଉତ୍କୃଷ୍ଟ କାବ୍ୟ ପାଠ କଲାବେଳେ ମନୁଷ୍ୟର ଆତ୍ନାବୁସ୍ମେତ ଘଟେ ଓ ମନୁଷ୍ୟ ତନ୍ମୟ ହୋଇ କାବ୍ୟ ବର୍ଣ୍ଣିତ ନାୟକନାୟିକାଦିଙ୍କର ବର୍ଣତ ଭାବ ଓ ଅବସ୍ଥାକୁ ନିଜେ ଅନୁଭବ କରି ସେମାନଙ୍କର ସୁଖଦୁଃଖ ନିଜେ ଭାଗୀ ହିଏ]