କାମଧେନୁ
ଦେଖଣା
କାମଧେନୁ —
ଉଚ୍ଚାରଣ: Kāmadhenu
ସ. ବି. ସ୍ତ୍ରୀ.—(ମଧ୍ୟପଦଲୋପୀ; କାମପ୍ରଦା ଧେନୁ) —
୧: ଅଭୀଷ୍ଟଫଳପ୍ରଦା ପୁରାଣୋକ୍ତ ଗାଈ — ୧. A fabulous cow that grants its possessor his disired objects.
[ଦ୍ର—ସମୁଦ୍ରମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ବିଷୟ ପୁରାଣାରେ ଅନୁସନ୍ଧେୟ]
୨: ଯେଉଁ ଗାଭୀକୁ ଯେତେବେଳେ ଇଛା ସେତେବେଳେ ଦୁହାଁଯାଏ —୨. A cow which can be milked at any time.
[ଦ୍ର—ଜମଦଗ୍ନିଙ୍କ କାମଧେନୁର ନାମ ନନ୍ଦା, ଅଙ୍ଗିରାଙ୍କ କାମ— ଧେନୁର ନାମ ସୁନନ୍ଦା, ଭରଦ୍ବାଜଙ୍କ କାମଧେନୁର ନାମ ସୁରଭି, କଶ୍ୟପଙ୍କର ସୁଶୀଳା ଓ ବଶିଷ୍ଟଙ୍କର ନନ୍ଦିନୀ ବା ଶବଳା]
୩: ଦାନାର୍ଥ ସ୍ବର୍ଣ୍ଣନିର୍ମିତ ଗୋମୂର୍ତ୍ତି — ୩. A golden image of a cow given to Brāhmaṇas as gift.
୪: (ଲକ୍ଷାଣାର୍ଥ) ୟଥେଚ୍ଛ ପ୍ରାର୍ଥନା ପୂରଣକାରୀ ବ୍ୟକ୍ତି — (figurative) Any person who gives his applicants any thing they ask for or wish for.