କାମରୁପ
କାମରୁପ —
ଉଚ୍ଚାରଣ: Kāmarūpa
(କାମରୂପା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହ; କାମ+ରୂପ) —
୧: ଇଚ୍ଚାନୁରୂପ ରୁପଧାରୀ — ୧. Assuming forms at pleasure.
୨: ଇଚ୍ଚାନୁରୂପ ରୂପ ଧାରଣ କରିବାକୁ ସମର୍ଥ — ୨. Able to assume any shape at will.
୩: ସୁନ୍ଦର ରୂପବିଶିଷ୍ଠ — ୩. Comely; beautiful; charming; graceful.
ସଂ. ବି —
୧: ବ୍ରହ୍ମପୁତ୍ର ନଦର ଉତ୍ତୂର ଓ ଭୁଟାନର ଦକ୍ଷିଣରେ ଥିବା ଆସାମ ପ୍ରଦେଶର ଗୋଟିଏ ପ୍ରାଚୀନ ଦେଶ ଓ ଆଧୁନିକ ଜିଲ୍ଲାର ନାମ — ୧. Name of a district and ancient tract of country in Assam.
[ ଦ୍ର—ପ୍ରାଚୀନ କାମରୁପ ଦେଶ କରତେୟା ବା ସଦାନୀରା ନଦୀକୁଳରେ ଆସାମର ଶେଷ ସୀମା ପୟ୍ୟନ୍ତ ବିସ୍ତୁତ ଥିଲା ଏହାର ରାଜଧାନୀ ପ୍ରାଗ୍ଜ୍ଯୋତିଷପୁର ହିମାଳୟର ପାଦଦେଶରୁ ଏହା ଚୀନ୍ଦେଶର ସୀମା ପର୍ଯ୍ୟନ୍ତ ବିସ୍ତୃତ ଥିଲା ମହାଭାରତ ଯୁଦ୍ଧରେ ଏ ଦେଶର ରାଜା ଦୁର୍ଯ୍ୟୋଧନଙ୍କୁ କିରାତ ଓ ଚୀନ ସୈନ୍ୟଦଳଦ୍ବାରା ସାହାଯ୍ୟ କରିଥିଲେ ଆଧୁନିକ କାମରୂପ ଦେଶର ଅଧିଷ୍ଠାତ୍ରୀ କାମାଖ୍ୟା ବା କାମଚଣ୍ଡୀ ଦେବୀ ଆସାମପ୍ରଦେଶର ଏହା ଆଧୁନିକ କାମରୂପ ଜିଲ୍ଲା; ଏଥିରେ ରାଜଧାନୀ ଗୌହାଟୀ ରାମାୟଣ ସମୟରେ ନରକାସୁର ଏଠାରେ ରାଜତ୍ବ କରୁଥିଲେ ମହାଭାରତ ସମୟରେ ଭଗଦତ୍ତ ଏଥିରେ ରାଜା ଥିଲେ ପୁରାକାଳରେ ଏହା ମ୍ଳେଚ୍ଛଦେଶ ମଦ୍ଦରେ ପରିଗଣିତ ହେଉଥିଲା ତାନ୍ତ୍ରୀକଯୁଗରେ ଏହା ପ୍ରସିଦ୍ଦ ସ୍ଥାନ ହେଲା ଏହା ଭୁଟାନ୍ ରାଜ୍ୟର ଦକ୍ଷିଣରେ]
୨: ସୁନ୍ଦରରୂପ —୨ Charming figure.
୩: ସ୍ବେଚ୍ଛାପୂର୍ବକ ଧାରଣ କରାଯିବା ରୂପ — ୩. Form of figure assumed by a being at his will.
୪: ରାମାୟଣ ବାଳକାଣ୍ଡୋକ୍ତ ବିଶ୍ବାମିତ୍ରଙ୍କ ମନ୍ତ୍ରାତ୍ମକ ଶରବିଶେଷ — ୪. Name of a consecrated arrow possessed by sage Biswāmitra.
୫: ଦେବତା — ୫. The Gods.