କାମିଆ
କାମିଆ —
ଉଚ୍ଚାରଣ: Kāmiā
ପ୍ରାଦେ. (ସମ୍ବଲପୁର; ସିଂହଭୂମି; ତୁଳ. ହି. କମ୍ହା ସଂ. କର୍ମ)ବି. —
୧: ଖାମିଦଠାରୁ ଟଙ୍କା ଋଣ କରି କେବଳ ସୁଧ ବାବତ୍ରେ ଭୃତ୍ୟତ୍ବ କରିବା ଲୋକ — A servent who works in repayment of the interest of money borrowed from the master.
[ଦ୍ର—ଉକ୍ତ ଅଞ୍ଚଳମାନଙ୍କରେ ଜଣେ ଲୋକ ଅନ୍ୟ ଜଣକଠାରୁ ଟଙ୍କା ଋଣ କରି, ସେହି ଋଣର ସୁଧ ପାଇଁ ମହାଜନଙ୍କ ପାଖରେ ଚାକିରୀ କରିବ ବୋଲି ଚୁକ୍ତି ଲେଖି ଦିଏ ସେହି କାମିଆ କାର୍ଯ୍ୟ ନ କଲେ ପ୍ରତି ମାସରେ ମୂଳ ଟଙ୍କା ଉପରେ ଟଙ୍କାକେ ଏକ ଅ଼ଣା ଲେଖାଏ ସୁଧ ବସି ଯାଏ ସୁତରାଂ ମୂଳଟଙ୍କା ଶୁଝି ନ ପାରି କେବଳ ସୁଧ ପାଇଁ ଲେକର ଜୀବନ ବିତି ଯାଏ ତାପରେ ପୁତ୍ର— ପୌତ୍ରାଦିକ୍ରମେ ମଧ୍ୟ ସେହି ସରତ୍ରେ କାମ କରିବାକୁ ଲୋକେ ବାଧ୍ୟ ହୁଅନ୍ତି ୧୯୨: ସାଲରେ ବିହାର ଓଡ଼ିଶା ଗଭର୍ଣ୍ଣମଣ୍ଟ ଏହି ଦାସତ୍ନ ପ୍ରଥା ବନ୍ଦ କରିବା ପାଇଁ କାମିଆଉତୀ ଚୁକ୍ତି ଆଇନ୍ (B. and O. kamiauti agreement) ନାମରେ ଗୋଟିଏ ବ୍ୟବସ୍ଥା ପ୍ରଣୟନ କରିଛନ୍ତି ତାହା ଅନୁସାରେ କାମିଆମାନେ ସୁଧ ପାଇଁ କାମ କରିବାକୁ ବାଧ୍ୟ ନ ହୋଇ ଇଚ୍ଛା କଲେ ସାହୁକୁ ମୂଳ ବାବଦ୍ ଟଙ୍କା ଶୁଝି ପାରିବେ ଭୂୟାଁ, ଚମାର, କାହାର୍ ବା ଦୋସଧ ଜାତିର ଲୋକେ କାମିଆ ହୁଅନ୍ତି ବଙ୍ଗଳାରେ ଏହି ପ୍ରଥାକୁ କବଲା କହନ୍ତି ]
୨: (ସମ୍ବଲପୁର)—ଦିନମୂଲିଆ — ୨. Day labourer.