କାମିକ
ଦେଖଣା
କାମିକ —
ଉଚ୍ଚାରଣ: Kāmika
কাজের
कामका
ଦେ. ବିଣ. —
୧: (ସଂ. କାମ—କାମନାଯୁକ୍ତ; ସକାମ — Accompanied with a desire for some object.
କାମିକ କର୍ମଟି କେବଳ, ନୋହେ ଏକାନ୍ତ ପ୍ରତିକାର ଜଗନ୍ନାଥ. ଭାଗବତ
୨: (ସଂ. କାମୁକ)—ଦେ. ବିଣ.—କାମୁକ — ୨. Lustful.
କାମୁକେ ରଚି ଚୋରିମାନ, ଶୁଣି ହୋଇବେ ହୃଷ୍ଟ ମନ ପ୍ରାଚୀ. ପୂର୍ଣତମଚନ୍ଦ୍ରୋଦୟ
୩: (ସଂ. କାର୍ମୁକ)କର୍ମଦକ୍ଷ —୩. Expert; active.
୪: (ସଂ. କର୍ମ)ପରେ କାର୍ୟ୍ୟରେ ଲାଗିବାର ଯୋଗ୍ୟ; ପ୍ରଯୋଜନୀୟ —୪. Useful.
୫: ପରିଶ୍ରମୀ —୫. Laborious.
ସଂ. ବିଣ. (କାମ+ଇକ) —
୧: ଇଷ୍ଟ; ବାଞ୍ଛିତ — ୧. Desired; wished for (M.W.)
୨: ଇଚ୍ଛା ପୂରଣକାରୀ; କାମଦ — ୨. Satistying desires (M.W.)
୩: ଇଚ୍ଛା ସମ୍ବନ୍ଧୀୟ —୩. Relating to or connected with a desire.
ସଂ. ବି. —
କାରଣ୍ଡବ; ବନ୍ୟହଂସ — Wild duck (M.W.)
ପ୍ରାଦେ. (ସମ୍ବଲପୁର) ବି —
ଲୌହବେଷ୍ଟନୀବିଶେଷ — An iron ring.