କାମ୍ବୋଜ
ଦେଖଣା
କାମ୍ବୋଜ —
ଉଚ୍ଚାରଣ: Kāmboja
ସଂ. ବି (କମ୍ବୋଜ=ଦେଶ ବିଶେଷ+ଜାତାର୍ଥେ ବା ସ୍ବାର୍ଥେ ଅ) —
୧: କମ୍ବୋଜଦେଶୀୟ ଅଶ୍ବ — ୧. Kathier pony.
୨: ପୁଲାଙ୍ଗ ଗଛ; ପୁନ୍ନାଙ୍ଗ ବୃକ୍ଷ —୨. Mast wood; Alexandrian laurel; Calophyllum Inophyllum.
୩: ଗୁଜରାଟନିକଟସ୍ଥ ଦେଶବିଶେଷ — ୩. Country of Cambay in western India.
୪: ପ୍ରାଚୀନ ୟବନଜାତିବିଶେଷ — ୪. Name of a class of ancient Indian Mahomedans.
[ଦ୍ର—ଏ ଜାତି ହିନ୍ଦୁକୁଶ ପର୍ବତରେ ବାସ କରୁଥିଲେ ଓ ଏମାନଙ୍କ ଦେଶରେ ଘୋଡ଼ା, ଛେଳି, କୁକୁର ଓ ମୂଷା ଲୋମର ଉତ୍କୃଷ୍ଟ ଶାଲ ମିଳୁଥିଲା; ଏହା ଆଧୁନିକ ପାମିର ଅଧିତ୍ୟକା; ସଗର ରାଜା ଏ ଜାତିର ଲୋକଙ୍କର ଶିରୋମୁଣ୍ଡନ କରିଥିଲେ]
୫: ଶ୍ବେତ ଖଇର —୫. Brown catechu.