କାମ୍ଯ
ଦେଖଣା
କାମ୍ୟ —
ଉଚ୍ଚାରଣ: Kāmya
ସଂ. ବିଣ. (କମ ଧାତୁ ଣିଜନ୍ତ=କାମି ଧାତୁ= ବାଞ୍ଚାକରିବା+ କର୍ମ. ୟ) —
୧: ଈପ୍ସିତ; ବାଞ୍ଚିତ; ଅଭୀଷ୍ଟ —୧. Wished for.
୨: କମନୀୟ; ସୁନ୍ଦର — ୨. Lovely; amiable; pleasant.
୩: ଅଭିଳଷଣୀୟ —୩. Desirable.
୪: ୟାହା କରିବା ନ କରିବା ମନୁଷ୍ୟର ଇଚ୍ଛା ଉପରେ ନିର୍ଭର କରେ —୪. Optional.
୫: ଅଭୀଷ୍ଟସିଦ୍ଧି ଉଦ୍ଦେଶ୍ୟରେ କରଣୀୟ — ୫. Proper to be done with an eye to a certain wished for result or benefit.
୬: ଅଭୀଷ୍ଟ (କର୍ମ) —୬. Wished for (act)