Jump to content

କାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର
ଉଚ୍ଚାରଣ: kāra

ସଂ. ବି (କୃ ଧାତୁ+କର୍ମ. ଅ) —

୧: କାର୍ଯ୍ୟ — ୧. Work.

୨: ନିଶ୍ଚୟ —୨. Certainty.

୩: ୟତ୍ନ —୩. Care.

୪: (+ଭାବ. ଅ; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେବା ପଦ, ଯଥା—ନମସ୍କାର; ପୁରସ୍କାର; ବହିଷ୍କାର; ପରିଷ୍କାର; ଅଙ୍ଗୀ— କାର; ତିରଷ୍କାର)—କରଣ; କରିବା — ୪. Acting; doing; act.

୫: (+କର୍ତ୍ତୃ. ଅ; କର୍ମପଦ ସଙ୍ଗେ ଯୁକ୍ତ ହେବା ପଦ,) ଯଥା—କୁମ୍ଭକାର, ସ୍ବର୍ଣ୍ଣକାର)—ଅମ୍ବୁକ କର୍ମର କର୍ତ୍ତା; ନିର୍ମାତା —୫. (A suffix like the English suffix 'er' in doer, potter,)Doer of an act or thing; maker.

୬: ହିମାଳୟ ପର୍ବତ (ପ୍ରକୃତିବାଦ) — ୬. The Himarayan mountains.

୭: (କୃ ଧାତୁ=ହିଂସା କରିବା+ଭାବ. ଅ)ବଧ — ୭. Killing; murder.

୮: (+କର୍ମ. ଅ)-ପୂଜୋପହାର; ବଳି — ୮. Offerings.

୯: (ପୁଂ) କାରିଗର —୯. Artisan.

୧: (ସ୍ବାର୍ଥ ପ୍ରତ୍ୟୟ; ସ୍ବରବର୍ଣ୍ଣ ପରେ ଯୁକ୍ତ ପଦ)— ଅମୂକ ସ୍ବରଦର୍ଣ୍ଣର ଚିହ୍ନ — ୧୦. The sign of a vowel.

(ଯଥା—ଆକାର=୧; ଇକାର=)

୧୧: (ସ୍ବାର୍ଥ ପ୍ରତ୍ୟୟ; ବର୍ଣ୍ଣପରେ ଯୁକ୍ତ ପଦ)—ଅମୂକ ବର୍ଣ୍ଣ ବା ଅକ୍ଷର —The letter (so and so)

(ଯଥା—ମକରର ଉଚ୍ଚାରଣ ସ୍ଥାନ ଓଷ୍ଠ)

কার किसका

ଦେ —

୧: (ସର୍ବନାମ କିଏ ଶବ୍ଦର ୬: ଷ୍ଠୀ ବିଭକ୍ତି; ବିଶେଷତଃ ପଦ୍ୟରେ ବ୍ୟବହୃତ)—କାହାର —୧. Whose.

ଶିରୀଷ ଅଙ୍ଗୀକାର କାରରେ କବିସୂର୍ଯ୍ୟ—ସଙ୍ଗୀତ

কর कार

ଦେ. —

୨: ଓଡ଼ିଆ ପ୍ରତ୍ୟୟ; ଏହି ପଦଯୁକ୍ତ ପଦ ବିଶେଷଣ ହୁଏ, ଯଥା-ଆଜିକାର, କାଲିକାର)—ଅମୂକ ସମୟରେ ଘଟିଥିବା —୨. (An oriya suffix) Happening at such or such a time.

কের का

୩: (ଓଡ଼ିଆ ପ୍ରତ୍ୟୟ; ଏହି ପଦଯୁକ୍ତ ପଦ ବିଶେଷଣ ହୁଏ, ଯଥା—ସେଠାକାର; ଏଠାକାର)—ଅମୂକ ସ୍ଥାନର — ୩. (a suffix) Of such and such place.