Jump to content

କାରଣଜଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରଣଜଳ
ଉଚ୍ଚାରଣ: Kāraṇajaḻa

ସଂ. ବି. (ମଧ୍ୟପଦଲୋପୀ; ସୃଷ୍ଟିର ଆଦିକାରଣରୂପେ ସୃଷ୍ଟି ଜଳ; କିମ୍ବା କାରଣୀଭୂତ ଜଳ) —

ସୃଷ୍ଟି ଆରମ୍ଭରେ ବ୍ୟାପିଥିବା ପ୍ରଳୟ-ଜଳ (ଏହି ଜଳ- ମଧ୍ୟରେ ବିଷ୍ଣୁ ମେଦିନୀ ବା ଭୂମି ସ୍ଥାପନ କରନ୍ତିଓ ତହିଁ- ଉପରେ ବ୍ରହ୍ମା ସର୍ଜନା କରନ୍ତି) —The origional water in which the cosmic egg was laid before the creation according to the Hindu mythology.

ଏହିରୂପେ ମୁଁ ଧରଣୀର ଭରା କାରଣଜଳେ ତେଜ କରିଥାଏ ତୋରା କୃଷ୍ଣସିଂହ. ମହାଭାରତ. ବନ

[ଦ୍ର—ହିନ୍ଦୁ ପୁରାଣ ମତରେ ପ୍ରଳୟାବର୍ଣ୍ଣବର ଜଳରୁ ସୃଷ୍ଟି ଆରମ୍ଭ- ହେଲା ପ୍ରାଚୀନ ମିଶର ଜାତିଙ୍କର ପୁରାଣରେ ମଧ୍ୟ ଜଳରୁ ଦେବତା ଗୋଷ୍ଠି ଜାତ ହେବାର ଉଲ୍ଲେଖ ଅଛି ଆଧୁନିକ ପାଶ୍ଚାତ୍ୟବିଜ୍ଞାନ ମଧ୍ୟ କହୁଅଛି ଯେ ପ୍ରାଣୀ—ଜୀବନ ପ୍ରଥମେ ଜଳରୁ ଆରମ୍ଭ ହୋଇଅଛି ଜ୍ଞାନେନ୍ଦ୍ର]