କାରଣିକ
ଦେଖଣା
କାରଣିକ —
ଉଚ୍ଚାରଣ: Kāraṇika
(କାରଣିକା—ସ୍ତ୍ରୀ)
ସଂ. ବିଣ. ପୁଂ. (କାରଣ+ ସମ୍ବନ୍ଧାର୍ଥେ ଇ; ଢୁଳ—ଇଂ କରୋନର୍) —
୧: ପରୀକ୍ଷକ —୧. Examining; investigating.
୨: ବିଚାରକ —୨. Judging.
୩: କାରଣସମ୍ବନ୍ଧୀୟ —୩. Relating to or connected with the cause; causative; causal.
୪: କାରଣ ନିର୍ଣ୍ଣୟକାରୀ — ୪. Ascertaining the cause.
ସଂ. ବି —
୧: ବିଚାରପତି —୧. A judge.
୨: ଶିକ୍ଷକ; ଗୁରୁ —୨. A teacher (M.W.)