Jump to content

କାରବାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରବାର
ଉଚ୍ଚାରଣ: Kārabāra
কারবার कारबार

ବୈଦେ. ବି. (ଫା. କାର୍ରବାଇ) —

୧: ବ୍ୟବସାୟ —୧. Business.

୨: ବିଷୟ କର୍ମ — ୨. Wordly affairs.

ହାହାକାର କରି ଲୋକେ ତ ପଳାଇଲେ ସମସ୍ତ କାରବାର ନିବର୍ତ୍ତିଲା ରଲେ କୃଷ୍ଣସିଂହ. ମହାଭାରତ. ଆଦି

୩: ବେପାର; ବାଣିଜ୍ୟ —୩. Trade; commerce.

୪: ଟଙ୍କାଆଦି ବ୍ୟବସାୟରେ ଖଟାଇବା; ଅର୍ଥ ପ୍ରଯୋଗ — ୪. Investment of money for profit.

୫: ବ୍ୟବହାର; କୌଣସି ବସ୍ତୁକୁ ସର୍ବଦା ନେବା ଆଣିବା ବା ଚଳପ୍ରଚଳ କରିବା —୫. Use.

୬: ପେଶା; ବୃତ୍ତି —୬. Profession.

୭: ଚଳପ୍ରଚଳ; ଯିବା ଆସିବା; ଗମନାଗମନ — ୭. Frequent coming and going; concourse.

୮: ଆୟ ବ୍ୟୟ; ଧନର ନେଣଦେଣ — ୮. Receipts and disbursements.

ଭଣ୍ଡାର ଘରେ ଯେତେ ରହିଥାଏ ଧନ ତା ବୁଝି କାରବାର କରେ ପ୍ରତି ଦିନ କୃଷ୍ଣସିଂହ. ମହାଭାରତ. ବନ