Jump to content

କାରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରା
ଉଚ୍ଚାରଣ: Kārā

ସଂ. ବି. ସ୍ତ୍ରୀ. (କୃ ଧାତୁ= ବିକ୍ଷେପ କରିବା+ ଅଧିକରଣେ. ଅ) —

୧: ବନ୍ଧନାଗାର; ଜେଲଖାନା; ବନ୍ଦୀଶାଳା — ୧. Jail; prison.

୨: କାରାବନ୍ଧନ —୨. Imprisonment.

୩: ବୀଣାର ଅଧଃସ୍ଥିତ କାଷ୍ଠମୟ ଭାଣ୍ଡ — ୩. The bulb or wooden cup of a harp.

୪: ପୀଡ଼ା —୪. Oppression.

୫: ଜମା ହେବା ବା ରୁଣ୍ଡୀଭୂତ ହେବାର ସ୍ଥାନ — ୫. Reservoir.

ବିଶ୍ବବଲାବବଣ୍ୟ ସାର ସମ୍ଭାର କାରା—କବିସୂର୍ଯ୍ୟ. ସଙ୍ଗୀତ

୬: (କୃ=କୁତ୍ସିତ+ଋ=ଗମନ କରିବା+ଅ+ଆ)— ଦୁତୀ; କୁଟ୍ଟିନୀ — ୬. A bawd; a panderess; a procuress; a female go-between.

୭: ବଣିଆଣୀ; ସୁବର୍ଣ୍ଣକାରିକା — ୭. A she-goldsmith; a jeweller woman.

(ନାକରା—ବାପରୀତ)

ବୈଦେ. ବିଣ. (ଫା) —

ଉତ୍ତମ —Good.