କାରୁଣ
ଦେଖଣା
କାରୁଣ —
ଉଚ୍ଚାରଣ: Kāruṇa
ଦେ. ବି.—(ସଂ. କରୁଣ) —
୧: କରୁଣ ସ୍ବରଯୁକ୍ତ ରୋଦନ — ୧. Plantive cry.
ଚେତି ଚତୁରୀ ଚାହିଁଲା ନିଶି ନାଶେ ନାହିଁ ତବ୍ୟ ତରୁଣ ମାରି ହୃଦେ ହାତ, ନାଥ ନାଥ ବୋଲି ଅତି ଉଚ୍ଚେ କଲା କାରୁଣ ଭଞ୍ଜ. ଲାବଣ୍ୟବତୀ
୨: ଦୁଃଖ; କଷ୍ଟ —୨. Grief.
ଅସହାୟ ହେବାରୁ ସୀତାଙ୍କ ରାବଣ ନେଲା ସେ ଘେନି ରାମ ପାଇଲେ କାରୁଣ କୃଷ୍ଣସିଂହ. ମହାଭାରତ. ବନ
ଦେ. ବିଣ —
ଦୁଃଖୀ; କ୍ଳିଷ୍ଟ —Grieved; pained.
କର୍ଣ୍ଣ ତୁମ୍ଭ ପୁଅମାନଙ୍କର ମରଣ, ଦେଖି ଅତିଶୟରେ ହୋଇଣ କାରୁଣ କୃଷ୍ଣସିଂହ. ମହାଭାରତ. ଦ୍ରୋଣ