Jump to content

କାର୍ତ୍ତିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ତ୍ତିକ
ଉଚ୍ଚାରଣ: Kārttika

ସଂ. ବି.—(କୃତ୍ତିକା+ ଈ= କାତ୍ତିକୀ= କାର୍ତ୍ତିକ ମାସର ପୂର୍ଣ୍ଣିମ; + ମାସାର୍ଥେ. ଅ) —

୧: ଚାନ୍ଦ୍ରମାନ ତୁଳା ମାସ — The month of Tula or Kārtika; October-Novenber.

[ଦ୍ର—ଏହି ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ଥାଆନ୍ତି]

୨: (କୃତ୍ତିକା+ ଅ)—କାର୍ତ୍ତିକେୟ; ଷଡାନନ; ଦେବ— ସୈନ୍ୟଙ୍କ ସେନାପତି —୨. Kārtikeyya the son of Mahādeba, commander of the hosts of the Gods.

[ଦ୍ର—ଏହାଙ୍କୁ ଶିଶୁକାଳରେ ଛଅ ଜଣ କୃତ୍ତିକା ବା ଋଷିପତ୍ନୀ ସ୍ତନ୍ୟପାନ କରାଇଥିବାରୁ ଏହାଙ୍କର ଏହି ନାମ]

୩: କାର୍ତ୍ତିକେୟଙ୍କ ପରି ସୁନ୍ଦର ଯୁବା — ୩. A young man of handsome figure.

ସଂ. ବିଣ —

କାର୍ତ୍ତିକ ମାସସମ୍ବନ୍ଧୀୟ — Relating to the month of Kārtika.

ଦେ. ବି. ପୁଂ —

ଲୋକଙ୍କ ନାମ — Name given to males.