କାର୍ଯ୍ୟଞ୍ଚାଗେ
କାର୍ଯ୍ୟଞ୍ଚାଗେ —
ଉଚ୍ଚାରଣ: Kārj̄yan̄chāge
ଦେ. ବି. [ସଂ. କାର୍ଯ୍ୟଂ=କାର୍ଯ୍ୟ+ଚ=ଏବଂ+ ଓ. ଆଗେ (ସଂ. ଅଗ୍ରେ=ପ୍ରଥମେ) ଏହିପରି ୩:ଟି ଶବ୍ଦ ଦ୍ବାରା ଗଠିତ; ଦଲିଲ ଦସ୍ତାବିଜ ଓ ପତ୍ରର ଶିରୋନାମାରେ ଲେଖାୟାଉଥିବା ପ୍ରାୟ ନିରର୍ଥକ ବାକ୍ୟ] —
ଏ ଦଲିଲ ବା ପତ୍ରର କାର୍ଯ୍ୟ ବା ବିଷୟ ଏହି କି — A meaningless and redundant clause now used in the heading or the introductory line of a letter or formal deed meaning— This document is to the following effect.
(ଯଥା—କସ୍ୟ ଟ୫:ର ଋଣଗ୍ରହଣପତ୍ର ବା ବିକ୍ରୟପତ୍ର— ମିଦଂ କାର୍ଯ୍ୟୋଞ୍ଚାଗେ —)
[ଦ୍ର—ପୂର୍ବେ ସଂସ୍କୃତଭାଷାରେ ଦଲିଲ ଲେଖା ହେଉଥିବା ସମୟରେ ଲୋକେ ଲେଖୁଥିଲେ 'ସବିନୟନିବେଦନମିଦଂ'= ସବିନୟ ନିବେଦନ ଏହି; 'ବିକ୍ରୟପତ୍ରମିଦଂ' =ବିକ୍ରୟ ପତ୍ର ଏହି; 'ଦାନପତ୍ରନିଦଂ' =ଦାନ ପତ୍ର ଏହି ସଂସ୍କୃତ ଚର୍ଚ୍ଚା କମିଗଲା ସତ୍ୟ, କିନ୍ତୁ ସଂସ୍କୃତନାଭିଜ୍ଞ ବ୍ୟକ୍ତିମାନେ ସାଧାରଣଙ୍କ ନିକଟରେ ସଂସ୍କୃତରେ ପାଣ୍ଡିତ୍ୟ ଦେଖାଇବା ନିମନ୍ତେ ପତ୍ରର ଶିରୋନାମାରେ 'ସବିନୟନିବେଦନମିଦଂ' 'କାର୍ଯ୍ୟଞ୍ଚାଗେ' ଓ ଦଲିଲ ଶିରୋନାମାରେ 'କସ୍ୟ ଟ୩:ର ଋଣଗ୍ରହଣପତ୍ର— ମିଦଂ କାର୍ଯ୍ୟଞ୍ଚାଗେ' ଲେଖିବାକୁ ଆରମ୍ଭ କଲେ ଓ ଏହି ରୀତି ଆଜି ପର୍ୟନ୍ତ ଚଳୁଅଛି]