କାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳ
ଉଚ୍ଚାରଣ: Kāḻa

ସଂ. ବି.—(କଳ ଧାତୁ=ଯିବା; ମାପିବା; ଗଣିବା+କର୍ତ୍ତୃ. ଅ) —

୧: ସମୟ —୧. Time.

୨: ନିର୍ଦ୍ଦିଷ୍ଟ ସମୟ —୨. A space of time.

୩: ଋତୁ —୩. Season; weather.

୪: ଉପଯୁକ୍ତ ବା ଉଚିତ ସମୟ — ୪. Fit time; opportune moment.

୫: ସୃଷ୍ଟିର ଯୁଗ —୫. Age or aeon of creation

(ଯଥା—ସତ୍ୟ, ତ୍ରେତା, ଦ୍ବାପର, କଳି)

୬: ଗୀତ ଗାଇବାର ସମୟ —୬. Duration of a song.

୭: ସୁବିଧା —୭. Opportunity.

୮: ଅବସର —୮. Leisure.

୯: ସଂହାରକ; ପ୍ରାଣଘାତକ; ୟମ — ୯. God of death; death personified

୧: ମରଣ; ମୃତ୍ଯୁ —୧୦. Death.

୧୧: ୟମର ଦୂତମାନଙ୍କ ମଧ୍ୟରୁ ଏକତମ — ୧୧. One of the messengers of 'J̄ama'.

୧୨: ଶନି ଗ୍ରହ —୧୨. Planet Saturn (which is very inauspicious according to Hindu astrology.)

୧୩: କୋକିଳ —୧୩. Cuckoo.

୧୪: ଜୀବିତ କାଳ; ପରମାଯୁ — ୧୪. Span of life or existence.

୧୫: ସର୍ବସଂହାରକ ରୁଦ୍ର — ୧୫. All-destroyer; an incarnation of Ṡiba.

୧୬: ବିଷ୍ଣୁଙ୍କର ଅନନ୍ତ ମୂର୍ତ୍ତି — ୧୬. The Ananta form of Bishṇu.

୧୭: ରକ୍ତଚିତ୍ରକ; ରଙ୍ଗଚିତା ଗଛ — ୧୭. A poisonous plant with red flowers; Plumbago Rosea.

୧୮: କାସମର୍ଦ୍ଦ; କାସିନ୍ଦି ଗଛ — ୧୮. A poisonous plant of black colour; Cassia Sophora.

୧୯: (କୁ=କୁତ୍ସିତ+ଅଳ ଧାତୁ=ଭୁସିତ କରିବା+ କର୍ତ୍ତୃ. ଅ)—କୃଷ୍ଣବର୍ଣ୍ଣ — ୧୯. The black colour.

୨: ଲୌହ —୨୦. Iron

୨୧: କାଳସର୍ପ —୨୧. A very poisonous black serpent; the black asp.

୨୨: ପୁରୁଷ —୨୨. The universal soul.

କାଳ ମାୟାର ପରେ ରନି ପର ଆପଣା ଭେଦ କାହିଁ ଜଗନ୍ନାଥ. ଭାଗବତ

୨୩: (ବ୍ୟାକରଣ) କୌଣସି ଘଟନା ବା କ୍ରିୟା ଘଟିବାର ସମୟଜ୍ଞାପନାର୍ଥ ବିଭାଗ — ୨୩. (grammar) Tense of a verb.

୨୪: ମନୁଷ୍ୟର ବୟସ ଘଟିତ ଅବସ୍ଥା — ୨୪. Age of life.

(ଯଥା—ବାଲ୍ୟ, ୟୌବନ, ବାର୍ଦ୍ଧକ୍ୟ)

୨୫: ସମୟର ଭିନ୍ନ ଭିନ୍ନ ବିଭାଗ ବା ପରିମାଣ — ୨୫. Divison of time.

୨୬: କୌଣସି କାର୍ଯ୍ୟ କରାଯିବାର ଉପଯୁକ୍ତ ଅବସର ବା ସୁଯୋଗ —୨୬. Proper opportunity or occasion.

ଦେ. ବି —

୧: ଅକାଳ; ଦୁର୍ଭିକ୍ଷ —୧. Famine.

୨: ମରୁଡ଼ି —୨. Drought.

୩: ମାରୀ ଭୟାଦି ଘୋଟିବା ସମୟ — ୩. Time of calamity or pestilence.

୪: ଶତ୍ରୁ; କାଳଶତ୍ରୁ (ୟମର ଅର୍ଥରୁ ଏ ଭାବ ଆନୀତ) — ୪. Implacable enemy.

ନନ୍ଦର ସୃତ ଆମ୍ଭ କାଳ ତା ବୋଲେ ନାଶିଲୁ ସକଳ ଜଗନ୍ନାଥ. ଭାଗବତ.

୫: ପ୍ରଭାବ ବିସ୍ତାରର ସମୟ — ୫. Time of influence.

୬: ରାଜତ୍ବକାଳ —୬. Reign; regime.

୭: (ଲକ୍ଷଣାର୍ଥ) ଚକ୍ଷୁର କଣ୍ଟକସ୍ବରୁପ ବସ୍ତୁ ବା ବ୍ୟକ୍ତି — ୭. (figurative) Eyesore.

୮: ମରଣ ସମୟ —୮. Time of death.

ମୋର ମାଉସୀପୁଅ ଭାଇ ତ ଶିଶୁପାଳ ତାହାର ତୁହି ପରା ପୁରାଇଛୁ କାଳ କୃଷ୍ଣସିଂହ. ମହାଭାରତ. ବନ

୯: ଅନ୍ତକ; ହନ୍ତା; ଘାତକ ବ୍ୟକ୍ତି — ୯. Murderer; destroyer.

ସଂ. ବିଣ —

କୃଷ୍ଣବର୍ଣ୍ଣବିଶିଷ୍ଟ —Black or dark.

[ଦ୍ର—କାଳର ୨୩: ଅର୍ଥ ସମନ୍ଧେ ନୋଟ; କ୍ରିୟାର କାଳ ପ୍ରଧାନତଃ ତିନି ପ୍ରକାର ଯଥା—ବର୍ତ୍ତମାନ, ଅତୀତ ବା ଭୁତ, ଭବିଷ୍ୟତ୍

୧: —ବର୍ତ୍ତମାନ କାଳ ପୁଣି ଚାରି ଭାଗରେ ବିଭକ୍ତ —

୧: ବିଶୁଦ୍ଧ ବର୍ତ୍ତମାନ—ମୁଁ କରୁଅଛି

୨: ନିତ୍ୟପ୍ରବୃତ୍ତ ବର୍ତ୍ତମାନ—ମୁଁ କରେଁ; କରଇଁ

୩: ସମ୍ଭାବ୍ୟ ବର୍ତ୍ତମାନ—ମୁଁ କରୁଥାନ୍ତି (ଏହା କ୍ରିୟା ପୂର୍ବରେ ସମ୍ଭାବନାବୋଧକ ୟଦି, ୟଦ୍ୟପି, ଯେବେ ପ୍ରଭୁତି ଯୁକ୍ତ ହୁଏ)

୪: ଆନୁମାନିକ ବର୍ତ୍ତମାନ—ମୁଁ କରୁଥିବି

୨: —ଅତୀତ ବା ଭୁତକାଳ ପୁଣି ଛଅ ଭାଗରେ ବିଭକ୍ତ —

୧: ଅଦ୍ୟତନ ଭୁତ—ମୁଁ କଲି

୨: ଅନଦ୍ୟତନ ଭୂତ—ମୁଁ କରିଅଛି; କରିଛି

୩: ବିଶୁଦ୍ଧ ଭୂତ—ବା ପ୍ରାଗ୍ଭୂତ—ମୁଁ କରିଥିଲି

୪: ଅସମ୍ପନ୍ନ ଭୂତ—ମୁଁ କରୁଥିଲି

୫: ସମ୍ଭାବ୍ୟ ଭୂତ—ମୁଁ କରିଥାନ୍ତି

୬: ଆନୁମାନିକ ଭୂତ—ମୁଁ କରିଥିବି

୩: —ଭବିଷ୍ୟତ୍କାଳ ମଧ୍ୟ ଚାରି ଭାଗରେ ବିଭକ୍ତ —

୧: ବିଶୁଦ୍ଧ ଭବିଷ୍ୟତ୍—ମୁଁ କରିବି

୨: ଅସମ୍ପନ୍ନ ଭବିଷ୍ୟତ୍—ମୁଁ କରୁଥିବି

୩: ସମ୍ଭାବ୍ୟ ଭବିଷ୍ୟତ୍—ମୁଁ କରନ୍ତି

୪: ପ୍ରାଗ୍ ଭବିଷ୍ୟତ୍—ମୁଁ କରିଥିବା; କରିସାରିଥିବି

ବର୍ତ୍ତମାନ କାଳ —

୧: ୟାହା କ୍ରିୟାର ଉପସ୍ଥିତ କାଳବୋଧକ ତାହା ବିଶୁଦ୍ଧ ବର୍ତ୍ତମାନ

୨: ଯେଉଁ କ୍ରିୟା ନିୟମିତ ବା ନିର୍ଦିଷ୍ଟକାଳରେ ଘଟୁଥିବା ବୁଝାଯାଏ ତାହା ନିତ୍ୟପ୍ରବୃତ୍ତ ବର୍ତ୍ତମାନ

୩: ୟାହାଦ୍ବାରା ସମ୍ଭାବନା ସୂଚିତ ହୁଏ ତାହା ସମ୍ଭାବ୍ୟ ବର୍ତ୍ତମାନ

୪: ୟାହା ଅନୁମାନଦ୍ବାରା ସିଦ୍ଧ ହୁଏ ତାହା ଆନୁମାନିକ ବର୍ତ୍ତମାନ

ଅତୀତ ବା ଭୂତକାଳ —

୧: ବର୍ତ୍ତମାନ ବା ତତ୍ସମୀପରେ ଘଟିଥିବା କ୍ରିୟାର କାଳକୁ ଅଦ୍ୟତନ ଭୂତ କହନ୍ତି

୨: ବର୍ତ୍ତମାନ ସହିତ ସମ୍ପୃକ୍ତ କ୍ରିୟାର କାଳକୁ ଅନଦ୍ୟତନ ଭୂତ ବୋଲାଯାଏ

୩: ୟାହାଦ୍ବାରା ବିଶୁଦ୍ଧ ଅତୀତକାଳ ବା ସର୍ବାପେକ୍ଷା ଅଧିକ ପୂର୍ବକାଳ ବୁଝାଯାଏ ଅତୀତ ତାହା ବିଶୁଦ୍ଧ ଭୂତ

୪: ଯେଉଁ କ୍ରିୟାଦ୍ବାରା ଅତୀତ କାର୍ଯ୍ୟ ବା ଘଟନାର ସମାପ୍ତି ବୁଝାଏ ନାହିଁ ତାହା ଅସମ୍ପନ୍ନ ଭୂତ

୫: ଅତୀତକାଳର ଯେଉଁ କ୍ରିୟାରେ ସମ୍ଭାବନା ବୁଝାଏ ତାହା ସମ୍ଭାବ୍ୟ ଭୂତ

୬: ଅତୀତକାଳର ଯେଉଁ କ୍ରିୟା ଅନୁମାନଦ୍ବାରା ସିଦ୍ଧ ହୁଏ଼ ତାହା ଆନୁମାନିକ ଭୂତ

ଭବିଷ୍ୟତ୍ କାଳ —

୧: ଯେଉଁ କ୍ରିୟା ପରେ ଘଟିବ ଜଣାଯାଏ ତାହା ବିଶୁଦ୍ଧ ଭବିଷ୍ୟତ୍

୨: ଯେଉଁ ଭବିଷ୍ୟତ୍କାଳରେ କ୍ରିୟାର ସମାପ୍ତି ବୁଝାଉ ନ ଥାଏ ତାହା ଅସମ୍ପନ୍ନ ଭବିଷ୍ୟତ୍

୩: ଯେଉଁ ଭବିଷ୍ୟତ୍କାଳରେ କ୍ରିୟାର ସମ୍ଭାବନା ସୂଚିତ ହୁଏ ସେ ସମ୍ଭାବ୍ୟ ଭବିଷ୍ୟତ୍

୪: କୌଣସି ଭବିଷ୍ୟତ୍ କ୍ରିୟା ବା ଘଟନା ଘଟିବା ପୂର୍ବରୁ ୟାହା ଘଟେ ତାହା ପ୍ରାଗ୍-ଭବିଷ୍ୟତ୍]

[ ଦ୍ର—କାଳର ୨୫: ଅର୍ଥ ସମ୍ବନ୍ଧେ ନୋଟ; ଭାଗବତ୩: ୟ ସ୍କନ୍ଧ ଏକାଦଶ ଅଧ୍ୟୟରେ କାଳର ପରିମାଣ ବର୍ଣ୍ଣିତ ହୋଇଅଛି— ୨: ପରମାଣୁ=୧: ଅଣୁ; ୩: ଅଣୁ=୧: ତ୍ରସରେଣୁ; ୩: ତ୍ରସରେଣୁ =୧: ତ୍ରୁଟି; ୧: ତ୍ରୁଟି=୧: ବେଧ;୩: ବେଧ=୧: ଲବ;୩: ଲବ =୧: ନିମେଷ; ୩: ନିମେଷ=୧: କ୍ଷଣ;୫: କ୍ଷଣ= ୧: କାଷ୍ଠା; ୧୫: କାଷ୍ଠା=୧: ଲଘୁ; ୧୫: ଲଘୁ=୧: ନାଡ଼ି ବା ଦଣ୍ଡ;୨: ଦଣ୍ଡ=୧: ମୁହୂର୍ତ୍ତ; ୬: କିମ୍ବା ୭: ଦଣ୍ଡ=୧: ପ୍ରହର ବା ୟାମ; ୪: ପ୍ରହର=୧: ଦିବା;୮: ପ୍ରହର=୧: ଅହୋରାତ୍ର; ୧୫: ଅହୋରାତ୍ର—୧: ପକ୍ଷ; ୨: ପକ୍ଷ=୧: ମନୁଷ୍ୟ ମାସ (ମନୁଷ୍ୟର ୧: ମାସ=ପିତୃଗଣର ଏକ ଅହୋରାତ୍ର; ୨: ମାସ=୧: ଋତୁ; ୩: ଋତୁ=୧: ଅୟନ;୨: ଅୟନ= ୧: ମନୁଷ୍ୟ ବର୍ଷ= ଦେବତାଙ୍କ ୧: ଅହୋରାତ୍ର; ମନୁଷ୍ୟର ଆଯୁ= ୧: ମନୁଷ୍ୟ ବର୍ଷ; ୧୭୨୮: ମନୁଷ୍ୟ ବର୍ଷ= ସତ୍ୟଯୁଗ; ୧୨୯୬: ବର୍ଷ=ତ୍ରେତାଯୁଗ; ୮୬୪: ବର୍ଷ=ଦ୍ବାପରଯୁଗ; ୪୩୨: ବର୍ଷ=କଳିଯୁଗ; ମୋଟରେ ମନୁଷ୍ୟର ୪୩୨: ବର୍ଷ=ଦେବତାଙ୍କ ୧୨: ବର୍ଷରେ ଚତୁର୍ଯୁଗ; ୧: ଚତୁର୍ଯୁଗରେ=ବ୍ରହ୍ମାଙ୍କର ୧: ଦିନ=୨୪: ମନ୍ନନ୍ତର ଏହିପରି ୧: ଚତୁର୍ଯୁଗ=ବ୍ରହ୍ମାଙ୍କର ଏକ ରାତ୍ର ଏହିପରି ଅହୋରାତ୍ର ମାନରେ ବ୍ରହ୍ମାଙ୍କ ପରମାଯୁ ୧: ବର୍ଷ ପୁରାଣମତରେ ବର୍ତମାନ ବ୍ରହ୍ମାଙ୍କ ପରମାଯୁ ୧: ବର୍ଷରୁ ୫: ବର୍ଷ ଭୋଗ ଯାଇ ଅପର୫: ବର୍ଷର ପ୍ରଥମ ଦିନ ଭୋଗ ହେଉଅଛି]