କାଳନେମି
କାଳନେମି —
ଉଚ୍ଚାରଣ: Kāḻanemi
ସଂ. ବି —
୧: ହରଣ୍ୟକଶିପୁର ପୁତ୍ର; ରାକ୍ଷସବିଶେଷ — ୧. Name of a demon; son of Hiraṇya Kaṡipu.
୨: ରାବଣର ମାମୁ — ୨. Uncle of Rābaṇa killed by Hanumān.
[ ଦ୍ର—କାଳନେମିର ଲଙ୍କାଭାଗ (ନ୍ୟାୟ)—ଅନିଶ୍ଚିତ ଭବିଷ୍ୟତ୍ ବିଷୟକ ଆଗତପାଞ୍ଚରେ ଉଦାହରଣ ଦିଆଯାଏ ଶକ୍ତିଶେଳବିଦ୍ଧ ହୋଇ ହତଚେତନ ହୋଇଥିବା ଲକ୍ଷ୍ମଣଙ୍କ ପାଇଁ ଅମରମହୌଷଧି ଲୋଡ଼ା ହେବାରୁ ହନୁମାନ୍ ଗନ୍ଧମାଦନ ପର୍ବତକୁ ଯିବା ସମୟରେ ହନୁ— ମାନ୍କୁ ବାଟରେ ବଧ କରିବାକୁ ରାବଣ ତାହାର ମାମୁ କାଳନେମିକୁ ପଠାଇଥିଲା ଓ ହନୁମାନ୍କୁ ବଧ କଲେ କାଳନେମିକୁ ଲଙ୍କାରୁ ଅଧେ ପୁରସ୍କାର ଦେବ ବୋଲି ମାମୁକୁ କହିଥିଲା ହନୁମାନ୍କୁ ମାରିବାକୁ ଅନୁକୂଳ କରିବା ପୂର୍ବରୁ ଲଙ୍କାର କେଉଁ ଫାଳକ ସେ ପାଇବ ତାହା କାଳନେମି ଆଗତପାଞ୍ଚ କରି ସ୍ଥିର କରିଥିଲା କିନ୍ତୁ ହନୁମାନ୍କୁ ବଧ କରି ନ ପାରି କାଳନେମି ହନୁମାନ୍ ହାତରେ ବଧ ହେଲା ତାହାର ଲଙ୍କାରୁ ଫାଳେ ପାଇବା ପାଞ୍ଚ ଫଳରେ ଘଟିଲା ନାହିଁ]
୩: (୬: ଷ୍ଠୀ ତତ୍; କାଳ=ନେମି)—କାଳଚକ୍ରର ପରିଧି — ୩. The rim of the wheel of time.