କାଳପୁରୁଷ
କାଳପୁରୁଷ —
ଉଚ୍ଚାରଣ: Kāḻapurusha
ସଂ. ବି —
୧: କୃଷ୍ଣବର୍ଣ୍ଣ ଶରୀରବିଶିଷ୍ଟ ବିକଟାକାର ୟମଙ୍କ କିଙ୍କର, ଯେ ଆସନ୍ନମୃତ୍ଯୁ ବ୍ୟକ୍ତିଙ୍କୁ ପରଲୋକକୁ ନେବା ପାଇଁ ୟମଙ୍କଠାରୁ ଆଦେଶ ଆଣି ଆସେ ଓ ୟାହାକୁ ସ୍ବପ୍ନରେ ଦେଖିବା ବ୍ୟକ୍ତିର ଅଳ୍ପ ଦିନରେ ମୃତ୍ଯୁ ଘଟିବ ବୋଲି ଲୋକବିଶ୍ବାସ — ୧. The black bodied hideous messenger of the God of Death who comes to dying people with J̄ama's order to take them.
କାଳପୁରୁଷ ଯେ ଲେଖନ କରଇ କାଳ ଯେ ପୁରୁଷ ତାର କାରଣ ଅଟଇ—ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା
୨: ୟମ —୨. The God of Death.
୩: ପୁରୁଷାକୃତ ନକ୍ଷତ୍ରପୁଞ୍ଜ — ୩. The constellation Orion.
[ଦ୍ର—ଏହାର ମସ୍ତକ ମୃଗଶିରା ଓ ଗୋଟିଏ ଖୁଆମୁଣ୍ଡି ଆର୍ଦ୍ରା; ଏହାର କଟିବନ୍ଧ ଇଲ୍ବଳା ତାରକାତ୍ରୟ ଏହାର ଅନ୍ୟ ନାମ ଅଗ୍ରହାୟଣୀ]
୪: (ଜ୍ଯୋତିଷ) ଶୁଭାଶୁଭ ଜ୍ଞାନାର୍ଥେ ପୁରୁଷରୂପରେ ଅଙ୍କିତ ଜନ୍ମଲଗ୍ନାଦିକଳ୍ପିତ ଦ୍ବାଦଶ ରାଶି — ୪. (astrology) The ୧୨ signs of the zodiac drawn into the shape of a man