Jump to content

କାଳିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିକା
ଉଚ୍ଚାରଣ: Kāḻikā

ସଂ. ବି. ସ୍ତ୍ରୀ. (କାଳ+ଇକ+ସ୍ତ୍ରୀ. ଆ) —

୧: କାଳୀ; ଦେବିବିଶେଷ; ଚଣ୍ଡିକା — ୧. Goddess Kāḻī (with the tongue protruding out of the mouth); one of the forms assumed by Durgā.

[ଦ୍ର—ଶମ୍ଭୁ ନିଶୁମ୍ଭଙ୍କଦ୍ବାରା ପ୍ରପୀଡ଼ିତ ହୋଇ ଦେବତାମାନେ ପାର୍ବତୀଙ୍କୁ ସ୍ତୁତି କଲେ ସେ ସନ୍ତୁଷ୍ଟ ହୋଇ ଦେବତାମାନଙ୍କୁ ରକ୍ଷା କରିବା ନିମନ୍ତେ ସ୍ବେଦେହରୁ ଏହି ଉଗ୍ରସ୍ବଭାବା କାଳିକାଙ୍କୁ ଜାତ କରିଥିଲେ ଏହାଙ୍କ ଶରୀର କୃଷ୍ଣବର୍ଣ୍ଣ ଥିବାରୁ ଏହାଙ୍କର ଏପରି ନାମ ହୋଇଅଛି]

୨: ମେଘମାଳା —୨. Clouds.

ଦେଖି ନବକାଳିକା [୨: ୟ ଅର୍ଥ] ବକାଳିକାମାଳିକା ଆଳି ବାଳିକା [୧: ମ ଅର୍ଥ] କାନ୍ତ ସୂରି—ଭଞ୍ଜ. ଲାବଣ୍ୟବତୀ

୩: କୁଜ୍ଝଟିକା; କୁହୁଡ଼ି —୩. Fog.

୪: କୃଷ୍ଣବର୍ଣ୍ଣ —୪. Black colour.

୫: କୃଷ୍ଣାଙ୍ଗୀ ସ୍ତ୍ରୀ — ୫. A woman of dark complexion.

୬: ଛାତି ତଳୁ ନାଭି ପର୍ଯ୍ୟନ୍ତ ଲମ୍ବିତ ରୋମାବଳୀ — ୬. Line of or down extending from the breast to the navel

୭: ସ୍ତ୍ରୀ କାକ —୭. A female crow.

୮: ଶ୍ୟାମା (ପକ୍ଷୀ) (ଦେଖ) ୮. Ṡyāmā (bird) (See)

୯: ବଣି (ଦେଖ) ୯. Baṇi (See)

୧: ଗୁହୁକାଳିକା (ଦେଖ) ୧୦. Guhukāḻikā (See)

୧୧: ବିଛୁଆତି (ଦେଖ) ୧୧. Bichhuāti (See)

୧୨: ପଟୋଳ ଶାଖା — ୧୨. The shoots of a cucurbitacious creeper.

୧୩: ସୁରା —୧୩. Wine.

୧୪: କାଳିମା; କଳଙ୍କ —୧୪. Stain.

୧୫: ଶୃଗାଳୀ —୧୫. She-jackal.

ଦେ. ବି. ସ୍ତ୍ରୀ —

୧: ଉଗ୍ରସ୍ବଭାବା ସ୍ତ୍ରୀ; ଚଣ୍ଡୀ ସ୍ତ୍ରୀ — ୧. Virago; a furious woman.

୨: ଘୋର ଶ୍ୟାମାଙ୍ଗୀ ସ୍ତ୍ରୀ — ୨. A very dark complexioned woman.