କାଳିଞ୍ଜି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିଞ୍ଜି
ଉଚ୍ଚାରଣ: Kāḻin̄ji

ପ୍ରାଦେ. (ଗଞ୍ଜାମ) ବି. (ସଂ. କାଳିଙ୍ଗ) —

ଗଞ୍ଜାମ ଓ ବିଶାଖା— ପଟଣା ଅଧିବାସୀ ଓଡ଼ିଆଭାଷୀ ଓଡ଼ିଆ ଶୂଦ୍ର ଜାତିବିଶେଷ —A Ṡūdra caste of Oriyas now found in the districys of Ganjam and Vizagapatam.

[ଦ୍ର—କେହି କେହି କାଳିଙ୍ଗୀ ଓ କାଳିଞ୍ଜିମାନଙ୍କୁ ତେଲଙ୍ଗା ବୋଲି କହନ୍ତି ଏମନ୍ତ କି, ମାନ୍ଦ୍ରାଜ ସେନ୍ସକର୍ତ୍ତାମାନେ ଏ ଦୁଇ ଜାତିଙ୍କୁ ତେଲେଙ୍ଗା ମଧ୍ୟରେ ଗଣିଅଛନ୍ତି କିନ୍ତୁ ପ୍ରକୃତରେ ଏମାନେ ତେଲେଙ୍ଗା ନୁହନ୍ତି ହୁଏନସାଂଙ୍କ କଳିଙ୍ଗ ଆଗମନ ବେଳେ ସେଠାରେ ସେ ଗୋଟିଏ ଯୁଦ୍ଧପ୍ରିୟ ଜାତି ଅଧିବାସ କରିଥିବାର ଦେଖିଥିଲେ ଏହି ଯୁଦ୍ଧପ୍ରିୟ ଜାତିଟି କାଳିଙ୍ଗୀ ବା କାଳିଞ୍ଜି ଜାତି ବୋଲି ନିର୍ଦ୍ଦେଶ କରାଯାଇ ପାରେ କଳିଙ୍ଗର ଗଙ୍ଗବଂଶୀ ରାଜା— ମାନଙ୍କ ଅଧୀନରେ (ଖ୍ରୀ. ୭: ମ ଶତାବ୍ଧି ପରେ) ଉଡ଼୍ରଜାତ ପରି କାଳିଞ୍ଜି ଜାତି ସୁଦ୍ଧା ସୈନିକ କର୍ୟ୍ୟ କରୁଥିବାର ସ୍ପଷ୍ଟ ଜଣାଯାଏ ବର୍ତ୍ତମାନ ଗଞ୍ଜାମ ଓ ଜୟପୁରରେ କେବଳ କାଳିଞ୍ଜିମାନେ ନିବାସ କରିଅଛନ୍ତି ଏମାନେ କୃଷିକର୍ମ କରି ଜୀବିକା ନିର୍ବାହ କରନ୍ତି କାଳିଙ୍ଗୀ ଜାତିର ଅଧିକାଂଶ ଲୋକ (୮୭: ହଜାର ମଧ୍ୟରୁ ୮୬: ହଜାର) ତେଲଗୁଭାଷୀ, କିନ୍ତୁ କାଳିଞ୍ଜି ଜାତିର ଅଧିକାଂଶ ଲୋକେ (୫୪: ହଜାରରୁ ୫୧: ହଜାର) ଓଡ଼ଆଭାଷୀ ଥଷ୍ଟନ ସାହେବ ତାଙ୍କର Castes and tribes of southern India ଗ୍ରନ୍ଥର ୨: ୟ ଖଣ୍ଡ ୪୯: ପୃଷ୍ଟାରେ କାଳିଙ୍ଗୀମାନଙ୍କୁ ତେଲେଙ୍ଗା ଓ କାଳିଞ୍ଜିମାନଙ୍କୁ ଓଡ଼ିଆରୂପେ ଧରିଅଛନ୍ତି ବ୍ରହ୍ମପୁରର ସର୍ ପର୍ଶୁରାମ ପାତ୍ର କାଳିଞ୍ଜି ଜାତୀୟ ଅଟନ୍ତି ମୂଳତଃ ଏ ଦୁଇ ଜାତି ଓଡ଼ିଆ ଥିଲେ କିନ୍ତୁ ତେଲଗୁ ପ୍ରଭାବରେ କାଳିଙ୍ଗୀମାନେ ନିଜର ମାତୃ— ଭଷା ଓଡ଼ିଆକୁ ଭୁଲି ଯାଇଅଛନ୍ତି କାଳିଞ୍ଜିମାନେ ୩:ଟି ପ୍ରଧାନ ଶାଖାର ବିଭକ୍ତ—୧: ବୁରୁଗାଁ କାଳିଞ୍ଜି; ୨: କିନ୍ତାଳ କାଳିଞ୍ଜି ଓ ୩: . ଓଡ଼ିଆ କାଳିଞ୍ଜି କାଳିଞ୍ଜି ମାନେ ପୂର୍ବେ ଦେବସେବା କରୁ— ଥିଲେ ଏମାନେ ବ୍ରାହ୍ମଣଙ୍କ ପରି ୟଜ୍ଞୋପବୀତ ଧାରଣ କରନ୍ତି ଓ କ୍ଷୌର ହୋଇ ଶିଖା ରଖନ୍ତି ଏମାନେ ରାଧାକୃଷ୍ଣ ଓ ଚୈତନ୍ୟଙ୍କର ଭକ୍ତ ଓ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟଭୁକ୍ତ ଏମାନଙ୍କ ମଧ୍ୟରେ ବାଲ୍ୟବିବାହ ଓ ବିଧବାବିବାହ ପ୍ରଚଳିତ ଏମାନେ ଶବ ପୋଡ଼ନ୍ତି ଏମାନଙ୍କର କୌଶଳ ସଂଜ୍ଞା ବରାଡ଼, ଦଳେଇ, ବାରିକ ବେହେରା, ପାତ୍ର, ଗଉଡ଼, ଜେନା, ମଳିକ, ନାୟକ, ବିଷୋୟୀ, ପ୍ରଧାନ, ପୁଲେଇ, ସୁଇଁ, 'ସାନ୍ତ', ସାହୁ, ରାଉତ, ଗୁରୁ ପ୍ରଭୃତି ଏମାନଙ୍କ କୁଳାଧିକାରିମାନେ 'ସାନ୍ତ' କୁଳ ପ୍ରତିନିଧିମାନେ 'ପାତ୍ର' ଓ କୁଳପରିଚାଳମାନେ 'ଭଲଭାୟା' ଉପାଧୀ ଗ୍ରହଣ କରନ୍ତି ସମଗ୍ର କାଳିଞ୍ଜି ଜାତି ପାଇଁ ୪: ଜଣ ସାନ୍ତ ଓ ୪: ଜଣ ପାତ୍ର ଥାନ୍ତି

ଏମାନେ ଆଠଗଡ଼, ମହୁରୀ, ବଡ଼ଖିମୁଣ୍ଡି ଓ ସାନଖିମୁଣ୍ଡିରେ ବାସ କରନ୍ତି କୈଣସି କନ୍ୟା ପାଇଁ ବର ନ ମିଳିଲେ ସେ ରଜସ୍କା ହେବା ପୂର୍ବରୁ ତାର ଜ୍ଯେଷ୍ଠାଭଗ୍ନୀର ପତି କିମ୍ବା ଜାତିର କୌଣସି ବୃଦ୍ଧକୁ ନାମମାତ୍ର ବିବାହ କରେ ପରେ ଉପଯୁକ୍ତ ବରପାତ୍ର ମିଳିଲେ ବୟସ୍କା ହେବାପରେ ଉକ୍ତ କନ୍ୟାର ପ୍ରକୃତ ବିବାହ ହୁଏ ବିଧବାକୁ ବିବାହ କରିବା ଅଭିଅଡ଼ା ବର ପ୍ରଥମେ ଗୋଟିଏ ସାହାଡ଼ ଗଛକୁ ବିବାହ କରିବା ପରେ ବିଧବାକୁ ବିବାହ କରେ ଏ ବିଧବାବିବାହକୁ ଥୁଆଥୋଇ କହନ୍ତି ଓଡ଼ିଆ ଜତିଙ୍କ ପରି କାଳିଞ୍ଜୀ ମାନେ ତିକ୍ତ ବା ପିତାଭାତ ମୃତ୍ଯୁର ପରଦିବସ ଖାଆନ୍ତି, ମୃତବ୍ୟକ୍ତିର ଅସ୍ଥିସଞ୍ଚୟ କରନ୍ତି ଓ ଦଶମ ଦିନ ମୃତବ୍ୟକ୍ତିର ଉଦ୍ଦେଶ୍ୟରେ ଜଳ ଓ ତିଳ ତର୍ପଣ କରି କ୍ଷୌର ହୋଇ ଶୁଦ୍ଦି ହୁଅନ୍ତି ସତ୍ୟନାରାୟଣ ରାଜଗୁରୁ—ଉତ୍କଳ ସାହିତ୍ୟ. ୩୫୬: ]