କାଳିୟ ନାଗ
ଦେଖଣା
କାଳିୟ ନାଗ —
ଉଚ୍ଚାରଣ: Kāḻiya nāga
ଦେ. ବି —
ୟମୁନାରେ ବାସ କରୁଥିବା କାଳନାଗସର୍ପ — The black cobra of the river J̄amunā
[ଦ୍ର—ଏ କଦ୍ରୁପୁତ୍ର ଓ ଅତ୍ୟନ୍ତ ବିଷଧର; ଏ ୟମୁନାରେ ବାସ କରୁଥିବାରୁ ୟମୁନାର ଜଳ ବିଷମୟ ହୋଇଥିଲା, ଏମନ୍ତେ କି, ସେ ଜଳକୁ ସ୍ପର୍ଶ କଲେ ପ୍ରାଣୀମାନେ ମରି ୟାଉଥିଲେ ଶ୍ରୀକୃଷ୍ଣ ଏହା ନିବାରଣ କରିବା ପାଇଁ ୟମୁନାକୁ ଲମ୍ଫ ଦେଇ ଜଳକୁ ମନ୍ଥନ କରି ଏ ନାଗର ଫଣା ଉପରେ ଉଠି ତାକୁ ଦଳନ କଲେ ଓ ସେ ଶ୍ରୀକୃଷ୍ଣ ଶରଣ ପଶିବାରୁ ତାକୁ ଅନ୍ୟ ସ୍ଥାନରେ ରହିବାର ଆଦେଶ ଦେଇ ଶ୍ରୀକୃଷ୍ଣ ୟମୁନା ନଦୀକୁ ଏହାର ବିଷ— ଜ୍ବାଳାକୁ ମୁକ୍ତ କଲେ]