Jump to content

କାଳୀଜଈ ମୁଣ୍ଡିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳୀଜଈ ମୁଣ୍ଡିଆ
ଉଚ୍ଚାରଣ: Kāḻījaī muṇḍiā

ଦେ. ବି —

ଚିଲିକା ହ୍ରଦର ପଶ୍ଚିମ ଦିଗସ୍ଥ ଗଣ୍ଡ ମଧ୍ୟରେ ଥିବା ଦ୍ବୀପ—ଶୈଳବିଶେଷ — Name of a small craggy islet in the Chilka lake.

[ଦ୍ର—ଏହି ମୁଣ୍ଡିଆରେ କାଳୀଜଈଠାକୁରାଣୀ ଅଛନ୍ତି ନାବିକ— ମାନେ ନିରାପଦରେ ଗନ୍ତବ୍ୟସ୍ଥାନରେ ଡଙ୍ଗା ପହଞ୍ଚାଇବା ପାଇ କାଳୀଜଈଠାକୁରାଣୀଙ୍କୁ ମାନସିକ କରି ୟାଚିଥିବା ଛେଳି ଓ କୁକୁଡ଼ା— ମାନଙ୍କୁ ବଧ ନ କରି ଏହି ଟାପୁରେ ଛାଡ଼ିଦେଇ ଆସନ୍ତି ଟାପୁଟି ପ୍ରସ୍ତରମୟ ଏଥିରେ ବହୁଳ ବୃକ୍ଷଲତାଦି ନ ଥିବାରୁ ଏବଂ ଚତୁର୍ଦିଗସ୍ଥ ଚିଲିକାର ଜଳ ଲବଣାକ୍ତ ଥିବା ହେତୁରୁ ଏ ଜୀବମାନେ ଖାଦ୍ୟ ଓ ପାନୀୟର ଅଭାବରେ ବହୁ କଷ୍ଟରେ ଦିନାକେତେ ବଞ୍ଚି ଶେଷରେ ଅକାଳରେ ପ୍ରାଣ ହରାନ୍ତି; ଚିଲିକାର ଉପକୂଳରେ ଥିବା ବାଲୁଗାଁ, ପାରିକୁଦ ଆଦି ଅଞ୍ଚଳରେ ଲୋକେ ସମଯେ ସମଯେ ଏଠାକୁ ଡଙ୍ଗାରେ ଆସି ଭୋଜି କରନ୍ତି ଓ ବିପଦ ସମୟରେ ଠାକୁରାଣୀଙ୍କୁ ଛେଳି କୁକୁଡ଼ା ଆଦି ମାନସିକ କରନ୍ତି ବା ୟାଚନ୍ତି]