କାଶ
କାଶ —
ଉଚ୍ଚାରଣ: Kāṡa
ସଂ. ପର୍ୟ୍ୟାୟ—କାଶେକ୍ଷୁ,
ଇକ୍ଷୁରସ, ଇକ୍ଷ୍ବାଳିକା,
ଇକ୍ଷୁଗନ୍ଧା, ପୋଟଗଳ,
কেশে
कांश
ତେ. ରେଲୁ
ସଂ. ବି. (କାଶ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) —
୧: ତୃଣବିଶେଷ; କାଇଁଶଘାସ — ୧. A kind of grass, the reeds of which are used for weaving baskets, mats etc; sachharum Spontaneum.
[ଦ୍ର—ଏହି ତୃଣ ବୁଦାବୁଦା ହୋଇ ଜନ୍ମେ ଏହା ପ୍ରାୟ ୫୭: ହାତ ଉଚ୍ଚ ହୁଏ ଏହାର ଶୁକ୍ଳ ଫୁଲ ଚଅଁର ପରି ଗୋଛାଗୋଛୋ ହୁଏ ଏହା ପଡ଼ିଆ ଓ ନଈପଠାରେ ଜନ୍ମେ କାଶଗଛର ମଧ୍ୟବର୍ତ୍ତୀ ଅଂଶ ବା ଦଣ୍ଡ କୋମଳ ଓ ଚିକ୍କଣ, ତେଣୁ ତହିଁରେ ଲୋକେ କାଇଁଶ ଡାଲା, ବିଞ୍ଚଣା ପ୍ରଭୃତି ତିଆରି କରନ୍ତି; ସମଗ୍ର ଗୁଳ୍ମଟି ତଣ୍ଡୀରୁପେ ଘର ଛପରରେ ନଡ଼ାର କାର୍ଯ୍ୟ କରେ କାଶ ଓ ତଣ୍ଡୀ ଏକ ଗୁଳ୍ମର ଦୁଇଟି ନାମାନ୍ତର ଏହାର ଡାଙ୍ଗ କାଇଁଶ, ଫୁଲ କାଇଁଶଫୁଲ ଓ ବହିରାବଣ ସରୁପତ୍ର ତଣ୍ଡୀ ଅଟେ ବୈଦ୍ୟଶାସ୍ତ୍ର ମତରେ ଏହା ମଧୁର— ତିକ୍ତରସ, ମଧୁରବିପାକ, ଶୀତବୀର୍ୟ୍ୟ ଓ ସାରକ ଏହା ମୂତ୍ରକୃଚ୍ଛ୍ର, ଅଶ୍ମରୀ, ଦାହ, ରକ୍ତଦୋଷ, କ୍ଷୟ ଓ ପିତ୍ତରୋଗରେ ଉପକାରୀ]
୨: କାଶ ଗଛରେ ଚଅଁ ରପରି ଫୁଲଗୋଛା — ୨. The catkin of Kāṡa grass.
୩: କାଶ ରୋଗ —୩. Cough; catarrh.
୪: (+ଭାବ. ଅ) ପ୍ରକାଶ — ୪. Exibition; manifestation.
୫: ଗତି —୫. Notion.
୬: ମୂଷା —୬. Mouse.
ସଂ. ବିଣ. —
୧: ପ୍ରକାଶମାନ —୧. Manifest.
୨: ଶୋଭମାନ —୨. Resplendent.