Jump to content

କାଶିଆ କପିଳାର ଭେଟ ନାହିଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶିଆ କପିଳାର ଭେଟ ନାହିଁ
ଉଚ୍ଚାରଣ: Kāṡiā kapiḻāra bheṭa nāhiñ

ଦେ. ପ୍ରବଚନ —

କେତେକ ସମୟ ଏକତ୍ର ଅବସ୍ଥାନ କରିଥିବା ଦୁଇ ବ୍ୟକ୍ତିଙ୍କର ପରେ ଦେଖା ନ ହେଲେ ଏ ପ୍ରବଚନର ପ୍ରଯୋଗ କରାଯାଏ A saying used when two persons who lived and moved together for some time do not afterwards meet each other.

[ଦ୍ର—ଓଡ଼ିଶାର ରାଜା କପିଳେନ୍ଦ୍ର ଦେବ ପ୍ରଥମେ ଅତି ଦରିଦ୍ର କ୍ଷତ୍ରିୟ ପରିବାରରେ ଜନ୍ମ ହୋଇ ଗୋଟିଏ ବ୍ରାହ୍ମଣର ଗାଈ ଜଗୁ— ଥିଲେ ସେ ବ୍ରାହ୍ମଣର ପୁଅର ନାମ 'କାଶୀନାଥ' କାଶୀ କପିଳଙ୍କର ବାଲ୍ୟସହଚର ଥିଲେ ଦୁହେଁ ଦିନେ ଗୋରୁ ଚରାଇ— ବାକୁ ଯାଇଥିବା ଅବସ୍ଥାରେ କପିଳ ଗୋଟିଏ ଗଛମୂଳରେ ଶୋଇ— ଥିବାବେଳେ ତାଙ୍କ ମୁଣ୍ଡ ଉପରେ ଗୋଟିଏ ନାଗସାପ ଫଣା ଟେକିବାର ଦେଖି କାଶୀ ତାଙ୍କୁ ଉଠାଇ ଦେଇ କହିଲେ; କପିଳ! ତୁ ରଜା ହେବୁ କପିଳ ଥଟ୍ଟାରେ ଉତ୍ତର କଲେ, ମୁଁ ରାଜା ହେଲେ ତତେ ମନ୍ତ୍ରୀ କରିବି କିଛିଦିନ ପରେ କପିଳ ଜଗନ୍ନାଥ ଦର୍ଶନକୁ ଯାଇଥିଲେ ବଡ଼ଦେଉଳରେ ତଦାନ୍ତୀନ୍ତନ ଗଜପତି ରାଜା କପିଳଙ୍କ ଠାରେ ରାଜଲକ୍ଷଣ ଦେଖି ତାଙ୍କୁ ନଅରକୁ ଆଣିଲେ ରାଜାଙ୍କ

ପାଖରେ ରହି କପିଳ କ୍ରମେକ୍ରମେ ପ୍ରତିଭାର ନିଗର୍ଶନ ଦେଖାଇଲେ ଓ କିଛିଦିନ ପରେ ରାଜା ତାଙ୍କୁ ମନ୍ତ୍ରୀ କଲେ ରାଜା ଅପୁତ୍ରିକ ଥିବାରୁ ମଲାପୂର୍ବରୁ ସେ କପିଳଙ୍କୁ ଉତ୍ତରାଧିକାରୀ ମନୋନୀତ କଲେ ରାଜାଙ୍କ ଅନ୍ତେ କପିଳ କପିଳେନ୍ଦ୍ର ଦେବ ନାମରେ ଓଡ଼ିଶାର ରାଜଗାଦୀରେ ବସିଲେ କପିଳ ରାଜା ହେବାର ଶୁଣି, କାଶୀ କପିଳଙ୍କର ପୂର୍ବ କଥାକୁ ସ୍ମରଣ କରି ବିଚାରୁଥାଏ"ଆଉ କାଶିଆ କପିଳା ଭେଟ କାହିଁ ଯେ ମୁଁ ମନ୍ତ୍ରୀ ହେବି?"ଅହି କିମ୍ବଦନ୍ତୀ ଉପରେ ଏ ପ୍ରବଚନ ଗଠିତକୃପାସିନ୍ଧୁ—ଉତ୍କଳ ଇତିହାସ]