କାଶୀ
କାଶୀ —
ଉଚ୍ଚାରଣ: Kāṡī
ସଂ. ବି (କାଶ୍ ଧାତୁ =ଦୀପ୍ତି ପାଇବା+କର୍ତ୍ତୃ.ଇ+ସ୍ତ୍ରୀ.ଈ) —
ବାରାଣାସୀ;ବନାରସ —Banaras.
[ଦ୍ର—ଏହାର ଅନ୍ୟ ନାମ ବାରାଣାସୀ;ଏହା ଗଙ୍ଗା କୂଳରେ ଅବସ୍ଥିତ; ଏହିଠାରେ ଗଙ୍ଗା ଉତ୍ତରବାହିନୀ ହୋଇ ପରେ ପୁଣି ପୂର୍ବମୂଖରେ ବହିଅଛି ଏହା ହିନ୍ଦୁମାନଙ୍କର ଗୋଟିଏ ତୀର୍ଥ ସ୍ଥାନ ସଂସ୍କୃତଚର୍ଚ୍ଚାର କେନ୍ଦ୍ରସ୍ଥାନ ବୋଲି ଏହା ପ୍ରାଚୀନ କାଳରୁ ପ୍ରସିଦ୍ଦି ଲାଭ କରିଅଛି କାଶୀରେ ଯେଉଁ ମାନମନ୍ଦିର ଅଛି ତାକୁ ମୋଗଲସମ୍ରାଟ ଅକବରଙ୍କ ସେନାପତି ରାଜା ମାନସିଂହ କୋଣାର୍କ ମନ୍ଦିରର ଅନୁକରଣରେ ତିଆରି କରାଇଥିଲେ କାଶୀ ଜରିର ବୁଟା ଓ ଫୁଲ କାମ ହୋଇଥିବା ପାଟ — ଲୁଗା ପାଇଁ ପ୍ରସିଦ୍ଧ;କାସୀ ଇଂରାଜଙ୍କର ଭାରତ ଆଗମନ ପୂର୍ବେ ଜଣେ ନବାବଙ୍କ ରାଜ୍ୟ ଥିଲା ପରେ ଇଂରାଜଙ୍କ ଅମଳରେ ଏହା ଗୋଟିଏ ଜମିଦାରୀ ରାଜ୍ୟ ହେଲା ବର୍ତମାନ ଇଂରାଜ ଗଭର୍ଣ୍ଣମେଣ୍ଟ କାଶୀର ମହାରାଜାଙ୍କୁ ରୁଲିଙ୍ଗ୍ ଚିଫ୍ ବା ଶାସକ ରାଜାଙ୍କ କ୍ଷମତାରେ ଭୂଷୀତ କରି ଅଛନ୍ତି କାଶୀର 'ବିଶ୍ବନାଥ' ମହାଦେବ ଓ 'ଅନ୍ନପୂର୍ଣ୍ଣା' ଦେବୀ ଭାରତପ୍ରସିଦ୍ଧ ଏଠାରେ ଦଶାଶ୍ବମେଧ ଘାଟ, ମଣିକର୍ଣ୍ଣିକା ଘାଟ ଆଦି ଗଙ୍ଗାକୂଳରେ ଗୁଡିଏ ଶବଦାହକ୍ଷେତ୍ର ଅଛି ଓ ବହୁଦୂରରୁ ହ୍ନ୍ଦୁମାନେ କାଶୀକୁ ଶବ ଆଣି ଏ ଶ୍ମଶାନମାନଙ୍କରେ ଦାହ କରନ୍ତି ଅନେକ ହିନ୍ଦୁ କାଶୀକ୍ଷେତ୍ରରେ ମୃତ୍ଯୁଲାଭକରିବାପାଇଁ ବୃଦ୍ଧା ବସ୍ଥାରେ କାଶୀବାସ କରନ୍ତି ଏଠାରେ କାଶୀ ମହାରାଜାଙ୍କ ପ୍ରଦତ୍ତ ବିସ୍ତୃତ ଜମିଉପରେ ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ଚେଷ୍ଟାରେ ଗୋଟିଏ ହିନ୍ଦୁ ବିଶ୍ବବିଦ୍ୟାଳୟ ସ୍ଥାପିତ ହୋଇଅଛି କାଶୀରେ ଭାରତର ପ୍ରଧାନ ପ୍ରଧାନ ଧନୀ ଓ ରାଜାମହାରାଜାଙ୍କ ନିର୍ମତ ଧର୍ମଶାଳା ମନ୍ଦିର ଓ ପ୍ରସାଦ ମାନ ଅଛି ଗଙ୍ଗାକୂଳରେ ନିର୍ମିତ ସୌଧାବଳିର ଦୃଶ୍ୟ ଗଙ୍ଗାଗର୍ଭରୁ ନୌକାରୋହିମାନଙ୍କ ମନକୁ ମୁଗ୍ଧ କରେ କାଶୀର ଦୁଇଟି ଗୋଟିଏ ରାସ୍ତାକୁ ଛାଡିଦେଲେ ବାକିସବୁ ଗଳି— ମାନଙ୍କ ଚଉଡା ୫/୭: ହାତରୁ ବେଶି ନୁହେ କାଶୀରେ ଲକ୍ଷାଧୀକ ଶିବଲିଙ୍ଗ ନାନା ସ୍ଥାନରେ ଅଛନ୍ତି କାଶୀର ଶିବାନୂଚର କାଳ ଭୈରବଙ୍କ ମନ୍ଦିର ଅଛି କାଶୀର ଅଧିକାଂଶ ଗଳୀର ଚଟାଣରେ କନ୍ଦାପଥର ବିଛାହିଇଛି କାଶୀବିଶ୍ବନାଥଙ୍କ ମନ୍ଦିରର ବିମାନ ଉପରେ ସୁନାପାତିଆ ଛୁଆଣି ହୋଇଅଛି ଓ ମନ୍ଦିରର ଶିଖରେ ସ୍ବର୍ଣ୍ନକଳଶ ସ୍ଥାପିତ ହୋଇଅଛି; ଏହାର ଅନ୍ୟ ସଂ. ନାମ ବାରଣାସୀ; ଦେଶୀୟ ନାମ ବନାରସ; ଇଂରାଜି ନାମ ବେନାରସ୍— Benaras]