Jump to content

କାଶ୍ଯପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶ୍ୟପ
ଉଚ୍ଚାରଣ: Kāṡyapa

ସଂ. ବି. (କଶ୍ୟପ+ଅପତ୍ୟାର୍ଥେ. ଅ) —

୧: କଶ୍ୟପ ବଂଶୀୟ — ୧. A saga of the family of Kaṡyapa.

୨: ବୈଶେଷିକ ଦର୍ଶନଶାସ୍ତ୍ରପ୍ରଣେତା କଣାଦ ଋଷି — ୨. The compiler of the B&aline;i̱ṡeshika system of Hindu philosophy.

୩: ପୁରାଣୋକ୍ତ ସର୍ପବିଷଚିକିତ୍ସକ ମୁନିବିଶେଷ — ୩. Name of a saga who was an expert in curing snake-bites.

[ଦ୍ର—ବ୍ରାହ୍ମଣଶାପରେ ପରୀକ୍ଷୀତଙ୍କୁ ତକ୍ଷକନାଗ ଦଂଶନ କରିବାରୁ କାଶ୍ୟପ ଧନ ପାଇବା ଆଶାରେ ତାଙ୍କୁ ସର୍ପଦଂଶରୁ ମୁକ୍ତ କରିବାକୁ ହସ୍ତିନାକୁ ୟାଉଥିଲେ ବାଟରେ ତକ୍ଷକଙ୍କର ତାଙ୍କ ଶଙ୍ଗେ ଦେଖା ହେବାରୁ ତକ୍ଷକ ତାଙ୍କ ଶକ୍ତି ପରିକ୍ଷା କରିବା ପାଇଁ ଗୋଟିଏ ଗଛକୁ ଦଂଶନକଲେ; ଗଛଟି ତତ୍କ୍ଷଣାତ୍ ମରିଗଲା; ମାତ୍ର କାଶ୍ୟପ ନିଜ ବିଦ୍ୟାବଳରେ ଗଛଟିକୁ ଅବିଳମ୍ବେ ବଞ୍ଚାଇଦେଲେ ଏହା ଦେଖି ତକ୍ଷକ କାଶ୍ୟପଙ୍କୁ ପ୍ରଭୁତ ଧନ ଦ୍ବାରା ସନ୍ତୁଷ୍ଟ କରି ସେଠାରୁ ଫେରାଇ ଦେଲେ, ଓ ପରିକ୍ଷୀତ ତକ୍ଷକଙ୍କ ବିଷଜ୍ବାଳାରେ ତନୁତ୍ୟାଗ୍ କଲେ]

୩: କାଶ୍ୟପବଂଶଜ ବ୍ରାହ୍ମଣମାନଙ୍କର ଗୋତ୍ରବିଶେଷ—(ବଙ୍ଗ— ଦେଶରେ—ଚଟ୍ଟୋପାଧ୍ୟାୟ; ଓଡ଼ିଶାରେ — ନନ୍ଦ; ଦାଶ) — ୩. Name of the clan or progency of some Bramhin families descended from the saga Kāṡyapa.

୪: ମୃଗବିଶେଷ —୪. Aclass of antelopes.

୫: ଅରୁଣ —୫. Dawn (personified); the Indian God corresponding to the Greek Goddess Aurora.

୬: ମାଂସ —୬. Flash; meat.

ସଂ. ବିଣ. —

କଶ୍ୟପ ବଂଶୀୟ — Belonging to the family of or descended from the sage Kaṡyapa