କାଷ୍ଟିଙ୍ଗ୍ ଭୋଟ
ଦେଖଣା
କାଷ୍ଟିଙ୍ଗ୍ ଭୋଟ —
ଉଚ୍ଚାରଣ: Kāshṭiṅgbhoṭ
ବୈଦେ. ବି. (ଇଂ.) —
କୌଣସି ବିଷୟରେ ଉଭୟ ପକ୍ଷର ମତ ସମାନ ହେଲେ ନ୍ୟାୟ ଅନୁସାରେ ସଭାପତିଙ୍କ ଦ୍ବାରା ଦିଆଯିବା ଗୋଟିଏ ଅଧିକା ଭୋଟ୍ — Casting vote of the president of a meeting in which the number of votes is equal on both sides of a question.
[ଦ୍ର—କୌଣସି ସଭାସମିତି ଆଦିରେ ସମସଂଖ୍ୟକ ସଭ୍ୟ ଉପସ୍ଥିତ ଥାଇ କୌଣସି ବିଷୟ ମୀମାଂସା ହେବା ପାଇଁ ଭୋଟ୍ ନିଆହେବା— ବେଳେ ଯେବେ ସଭ୍ୟମାନଙ୍କର ମତଭେଦ ହୋଇ କୌଣସି ବିଷୟର ସପକ୍ଷରେ ଓ ବିପକ୍ଷରେ ଭୋଟ୍ସଂଖ୍ୟା ସମାନ ହେବାର ଦେଖାଯାଏ, ତେବେ ଭୋଟ୍ ନିଆହେଲାବେଳେ ଥରେ ମତ ଦେଇସାରିଥିବା ସଭାପତିଙ୍କର ଅଧିକାର ଥାଏ ଯେ, ସେ ଯେଉଁ ମତର ସପକ୍ଷରେ ଭୋଟ୍ ଦେବାକୁ ଇଚ୍ଛା କରିବେ ସେହି ମତ ସପକ୍ଷରେ ଗୋଟିଏ ଅଧିକା ଭୋଟ୍ ଦେବେ]