କାଷ୍ଠା
ଦେଖଣା
କାଷ୍ଠା —
ଉଚ୍ଚାରଣ: Kāshṭhā
ସଂ. ବି. (କାଷ୍ଠ+ ସ୍ତ୍ରୀ. ଆ) —
୧: ପ୍ରଦେଶ —୧. Region.
୨: ଦିକ୍; ଦିଗ — ୨. Points of compass; direction.
୩: ୧୮: ନିମେଷାତ୍ମକ କାଳ —୩. Period of time equal to ୧୮ twinklings of the eye.
୪: ଗତି —୪. Course.
୫: ସୀମା —୫. Boundary; limit.
୬: ସ୍ଥିତି —୬. Existence.
୭: ଉତ୍କର୍ଷ —୭. Excellence; superiority.
୮: ଦାରୁହରିଦ୍ରା (ଦେଖ) — ୮. Dāruharidrā (See)
୯: କାଶ୍ୟପ ଋଷିଙ୍କର ପତ୍ନୀବିଶେଷ — ୯. The name of one of the wives of the sage Kāṡyapa.
ଦେ. ବି. (ସଂ. କଷ୍ଟ) —
କଠୋର ନିୟମ ପାଳନ — Strict observance of rules.
ସାବିତ୍ରୀ ତାଙ୍କ କାଷ୍ଠା ଦେଖି ପ୍ରୀତି ବହି ଆନରେ ରହିଥିଲେ ଟିପେହେଁ ନ ଯାଇ—କୃଷ୍ଣସିଂହ ମହାଭାରତ. ଶାନ୍ତି
ଦେ. ବିଣ. (ସଂ. କଷ୍ଟ) —
୧: କଠୋର ସାଧନାଯୁକ୍ତ; ଅତି କଠୋର — Overstrict.
(ଯଥା—କାଷ୍ଠା ଉପବାସ)
୨: କଷ୍ଟକର —୨. Very difficult.