Jump to content

କାହା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହା
ଉଚ୍ଚାରଣ: Kāhā
কার किसका কি कवा কাকে किसका

ଦେ. ସର୍ବନାମ. (ସଂ. କିମ୍ ଶବ୍ଦ) —

୧: (୬: ଷ୍ଠୀ ବିଭକ୍ତି, ୧: ବଚନ) କେଉଁ ବ୍ୟକ୍ତି, ପ୍ରାଣୀ ବା ପଦାର୍ଥର —୧. Whose; of which.

୨: (ପ୍ରାଚୀନ) (୧: ମା. ବିଭକ୍ତି, ୧: ଓ ୨: ବଚନ)—କିସ; କଅଣ —୨. What; which.

ତାହାକୁ ନୃପେ କରି ପାରନ୍ତିଟି କାହା କୃଷ୍ଣସିଂହ. ମହାଭାରତ. ସଭା

[ଦ୍ର—ବ୍ୟକ୍ତିବାଚକ ସଂ. କିମ୍ ଶବ୍ଦ ପ୍ରଥମାବିଭକ୍ତି ୧: ବଚନରେ ଓଡ଼ିଆରେ କିଏଁ ଆକାର ଧାରଣ କରେ; କିନ୍ତୁ ୨: ୟା ଆଦି ବିଭକ୍ତିରେ କାହାକୁ, କାହାଦ୍ବାରା, କାହାଠାରୁ, କାହାର ଆଦି ରୂପ ହୁଏ; ପ୍ରଥମା ବିଭକ୍ତି ୧: ବଚନରେ 'କାହା' ରୂପେ ଆଧୁନିକ ଓଡ଼ିଆରେ ନାହି]

୩: (ପ୍ରାଚୀନ) କିଛି —୩. Anything.

ସେ ଥିଲେ କରି ନ ପାରଇ ମୋର କାହା କୃଷ୍ଣସିଂହ. ମହାଭାରତ. ସଭା

୪: (ପ୍ରାଚୀନ; ୨: ୟା ବିଭକ୍ତି ୧: ବଚନ)—କାହାକୁ; କେଉଁ ବ୍ୟକ୍ତିକୁ —୪. Whom.

ତୋତେ ନ ପାଇ ଭାବଗ୍ରହୀ ! ଦିନ ବଞ୍ଚିବୁ କାହା ନାହିଁ? ଜଗନ୍ନାଥ. ଭାଗବତ

୫: (ପ୍ରଶ୍ନାର୍ଥକ) କିଏ; କେଉଁ —୫. (interrogative) Who.

କାହା ଛାର ବା ମୋତେ ହୋଇବ ସମର୍ଥ କୃଷ୍ଣସିଂହ. ମହାଭାରତ. ଆଦି