କାହାଳୀ
ଦେଖଣା
କାହାଳୀ —
ଉଚ୍ଚାରଣ: Kāhāḻī
ଦେ. ବି. —
(ତୁଳ. ସଂ. କାହଳ=କୋଳାହଳ) —
୧: ଧାତୁମୟ ପେଏଁ କାଳି; ତୁରୀ —୧. A trumpet.
କରଇ ବିଜେ ଅସୁର ସାଜେ. ତୁରୀ ଭେରୀ ଶଙ୍ଖ କାହାଳୀ ବାଜେ ବିଶ୍ବନାଥ. ବିଚିତ୍ରରାମାୟଣ
୨: ପତ୍ର ଆବରଣରେ କରାଯିବା ଧୂଆଁ ପତ୍ରର ବଡ଼ ପିକା— (ଏହାର ମୂଳପାଖ ଅଗପାଖ ଠାରୁ ସରୁ) — A large conical cigarette wound with a leaf.
୩: ବୋତଲ ଆଦିରେ ତେଲ ପୁରାଇବା ପାଇଁ ଟିଣ ନିର୍ମିତ ଓସାରିଆମୁହାଁ ଓ ତଳେ ଛିଦ୍ର ଥିବା ଏକପ୍ରକାର ପାତ୍ର; ଚଉଡ଼ା ଚୁଙ୍ଗା —୩. Funnel.