Jump to content

କିଆପଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଆପଟ
ଉଚ୍ଚାରଣ: Kiāpaṭa

ଦେ. ବି. (ସଂ. କେତକ+ପଟ୍ଟ) —

୧: କିଆଗଛର ଗଣ୍ଡିରୁ ତଳକୁ ଲମ୍ବିବା ଓହୋଳ — ୧. The aerial roots of the screwpine.

୨: କିଆପଟକୁ ଚିରି ତହିଁରୁ ବାହାର କରାଯିବା ଚେମଡ଼ ଲଇ —୨. Tenacious fibres extracted from the aerial roots of the screwpine by splitting them.

[ଦ୍ର—ଏହି କିଆପଟର ମଞ୍ଜ ଅଂଶ ଟାଣୁଆ ସରୁଆ କିଆପଟର ଉପର ଛାଲକୁ ତାଞ୍ଚି ତାହାର ମଞ୍ଜକୁ ଲୋକେ ଦାନ୍ତକାଠି କରନ୍ତି; ଏ ଦାନ୍ତକାଠିକୁ ଚୋବାଇଲେ ଏହାର ବ୍ରୁସ୍ (brush) ପରି ଖୁବ୍ ସରୁ ସରୁ ରୁଆ ହୁଏ ଲମ୍ବ କିଆପଟମାନଙ୍କୁ ପତଳା ଚିରୁଡ଼ା— ଚିରୁଡ଼ା କରି ଚିରି ଶୁଖାଇଲେ ସେଥିରେ ଘରଛପର ଆଦି କରିବା— ପାଇଁ ଖୁବ ଚେମଡ଼ ଓ ଶକ୍ତ ଲଇ ହୁଏ]