Jump to content

କିଣ୍ଡର୍ଗାର୍ଟନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଣ୍ଡର୍ଗାର୍ଟନ୍
ଉଚ୍ଚାରଣ: kiṇḍrgārṭan
কিন্ডারগার্টেন किड़ारगर्टन

ବୈଦେ. ବି. (ଜର୍ମାନ୍. କିଣ୍ଡରଗାର୍ଟେନ୍) —

ଜର୍ମାନି କିଣ୍ଡର୍ ଶବ୍ଦର ଅର୍ଥ ଶିଶୁ ଓ ଗାର୍ଟନ ଶବ୍ଦର ଅର୍ଥ ବଗିଚା; ଶିଶୁମାନଙ୍କୁ କ୍ରିଡ଼ା କୌତୁକ ଛଳରେ ଶିକ୍ଷା ଦେବାର ଆଧୁନିକ ପଦ୍ଧତିବିଶେଷ; ଶିଶୁଦ୍ୟାନ — The kinder-garten system of education.

[ଦ୍ର—ଜର୍ମାନୀର ଫ୍ରବେଲ୍ (froebel) ସାହେବ ଏହି ଶିକ୍ଷାପଦ୍ଧତିର ପ୍ରବର୍ତ୍ତକ ସେ ସାନ ପିଲାଙ୍କ ସମଷ୍ଟିକୁ ନାନା ବୃକ୍ଷପୂର୍ଣ୍ଣ ବଗିଚା ସଙ୍ଗେ ତୁଳନା କରି ଏହି ଶିଶୁଶିକ୍ଷାପଦ୍ଧତିର ଉଦ୍ଭାବନା କରିଥିଲେ ଯେପରି ମାଳି ସାର ଓ ପାଣି ଦେଇ ଓ ଅନବନା ଗଛକୁ ଓପାଡ଼ି ବଗିଚାର ପ୍ରତ୍ଯେକ ବୃକ୍ଷର ଉନ୍ନତି କରେ, ସେହିପରି ଶିକ୍ଷକ ଉପଦେଶ ଦେଇ ଓ ଦୁରଭ୍ୟାସମାନ ଦୂର କରାଇ ଶିଶୁମାନଙ୍କୁ ପୂର୍ଣ୍ଣ ମନୁଷ୍ୟରେ ପରିଣତ କରିପାରନ୍ତି— ଏହାହିଁ 'କିଣ୍ଡର୍ଗାର୍ଟନ'ଓ ଶବ୍ଦର ଭାବ ଏ ରୀତିଦ୍ବାରା କ୍ରିଡ଼ା ଓ ପ୍ରକୃତି ପର୍ୟ୍ୟବେକ୍ଷଣ ଓ ଉଦ୍ୟାନ ରଚନା ଆଦି ଛଳରେ ପିଲାଙ୍କୁ ମୁଗ୍ଧ କରାଇ ଶିକ୍ଷାରେ ଅଗ୍ରସର କରାହୁଏ]