କିତବ
ଦେଖଣା
କିତବ —
ଉଚ୍ଚାରଣ: Kitaba
(କୈତବ—ଅନ୍ୟଆକାର)
ସଂ. ବିଣ. ପୁଂ. (କିମ୍+ତବ; ତୁମ୍ଭର ପଣ କଅଣ? ଏହା ଯେ କହେ) —
୧: ଧୂର୍ତ୍ତ; ଶଠ —୧. Cheating; fraudulent; deceptive.
୨: ଦ୍ୟୂତକ୍ରୀଡ଼ାସକ୍ତ —୨. Addicted to gambling.
୩: ବିଦଗ୍ଧ —୩. Clever.
୪: ମତ୍ତ; ବାତୁଳ —୪. Mad.
ସଂ. ବି —
୧: ଜୁଆ ଖେଳାଳି; ଦ୍ଯୁତ କ୍ରୀଡ଼କ — ୧. Gambster; gambler.
୨: ଶଠବ୍ୟକ୍ତି; ପ୍ରତାରକ —୨. A cheat.
୩: ଦୁଦୁରା; ଧାତୁରା; ଧୁତୁରା (ଗଛ ଓ ଫୁଲ) — ୩. Thorn—apple (plant and fruit).
ଘୋଟିକି ତବମୂଳ ଘୋର ଜାଙ୍ଗଳ ଡହର ତୁଲେ ତାହା ପିଇଲୁ ଗୋ କବିସୂର୍ଯ୍ୟ—କିଶୋରୀଚମ୍ପୁ. ଭା ଗୀତ
ଦେ. ବି —
୧: ଛଳ; ବ୍ୟାଜ; ଛଳନା; ବାହାନା — ୧. Pretext.
ଭମ୍ନ ହିରଦ—ରଦ—ଚୂର୍ଣ୍ଣ କିତବେ ନାଭି କୁରଙ୍ଗ ନାଭି ଛଳେ ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ
୨: ନିଥ୍ୟା —୨. Falsehood.
କିତବ ନୋହେ ଦେଇ କେତକୀ ତବ କି ସ୍ତବ କିରିଛି ହରେ ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ
୩: ପ୍ରବଞ୍ଚନା —୩. Deception.