Jump to content

କିତ୍କିତ୍ ଖେଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିତ୍କିତ୍ ଖେଳ
ଉଚ୍ଚାରଣ: Kitkit khaḻa
হাড়ুড়ুড়ু খেলা कबड़ी

ଦେ. ବି —

କ୍ରାଡ଼ାବିଶେଷ; 'ଡ଼ୁଡ଼ୁ' ଖେଳ — A sport of mock attack (thuch and return at one breath) amongst two parties of children.

[ଦ୍ର—ଏହି ଖେଳରେ ଦୁଇ ଦଳ ଖେଳାଳିଙ୍କ ମଝି ସ୍ଥାନରେ ଗୋଟିଏ ସୀମାଗାର ଭୂମିରେ ଟଣାଯାଏ; ଏକପକ୍ଷରେ କୌଣସି ବାଳକ ଅପରପକ୍ଷରେ ପାହି ବା ନିଦ୍ଧିଷ୍ଟ ସୀମାରେ ପ୍ରବେଶ କରି ଏକା ନିଶ୍ବାସରେ ସେହି ଦଳର ଯେ କୌଣସି ବାଳକକୁ ସ୍ପର୍ଶ କରି ଆପଣା ଦଳର ନିଦ୍ଧିଷ୍ଟସୀମା ମଧ୍ୟକୁ ଏକାନିଶ୍ବାସରେ ଫେରି ଆସେ, ଆକ୍ରମଣ କାରୀ ବାଳକ ଆକ୍ରମଣ କରିବା ସମୟରେ ଏକନିଶ୍ବାସରେ 'କିତ୍ କିତ୍' 'କିତ୍କିତ୍' ଧ୍ଵନି କରିଥାଏ; କିତ୍କିତ୍ ଧ୍ଵନିର ଉଚ୍ଚାରଣ ଯେବେ ବନ୍ଦ ହୋଇଯାଏ ତେବେ ଜଣାଯାଏ ଯେ ସେ ବାଳକ ମଝିରେ ନିଶ୍ବାସ ନେଲା ତାହା ହେଲେ ସେ ଛୁଇଁଥିବା ଅପର ପକ୍ଷର ବାଳକ 'ମଲା' ବୋଲି ଗଣା ହୁଏ ନାହିଁ]