Jump to content

କିନାରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିନାରା
ଉଚ୍ଚାରଣ: Kinārā
কেনারা; কেনারা किनारा

ବୈଦେ. ବି. (ଫା. କିନାରା; ତୁଳ. ସଂ. କେନାର=ସସ୍ତକ; କପୋଳ ସନ୍ଧି) —

୧: (ନଦୀ ପ୍ରଭୃତିରୁ) ତୀର; କୂଳ; ତଟ — ୧. Edge; side; shore (of the river etc).

୨: ପାର୍ଶ୍ବ; ପାଖ —୨. Side.

୩: (ଲୁଗା ଆଦିର ଲମ୍ବ ପାର୍ଶଦ୍ବୟର ଧଡ଼ି — ୩. The hem or border (of a cloth).

[ଦ୍ର—ଲୁଗାର ଲମ୍ବଆଡ଼ର ପ୍ରାନ୍ତକୁ କିନାରା ବା ଧାଡ଼ି ବୋଲା— ଯାଏ; ଚଉଡ଼ା ଆଡ଼ର ପ୍ରନ୍ତକୁ ମୁହଁ ବା ମୁହୁଣ୍ଡା ବୋଲାଯାଏ]

୪: ସୀମା; ପ୍ରାନ୍ତ — ୪. Boundary; margin; limit.

୫: ଜୀବନୋପାୟ; ଚଳିବାର ବନ୍ଦୋବସ୍ତ — ୫. Arrangement.

୬: ଫନ୍ଦ — ୬. Brim.

୭: କୌଣସି କର୍ମ ସମାପ୍ତି — ୭. Completion of a work.

୮: ଅପ୍ରକାଶିତ ଅପରାଧ ଓ ଅପରାଧୀକୁ ପ୍ରକାଶ କରିବା; ଅପରାଧକୁ ବାହାର କରିବା —୮. Detection of a crime or an offender.

୯: ଠଉରେଇବା; ଖୋଜି ପାଇବା — ୯. Finding out; discovering.

ବୈଦେ. ବିଣ —

କିନାରିଆ (ଦେଖ) Kināriā (See)