Jump to content

କିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିବା
ଉଚ୍ଚାରଣ: Kibā

ଦେ. ଅ. (ସଂ. କିମ୍ବା) —

କିମ୍ବା (ଦେଖ) kimbā (See)

ଦେ. ବିଣ —

୧: ଅତି ସାମାନ୍ୟ; କିଞ୍ଚିତ୍ — ୧. Very slight; very little.

ଲଢ଼ୁୁଛ କିପରି, କିବା କଥା ପାଇଁ—ରାଧାନାଥ. ଦରବାର

୨: ଅକିଞ୍ଚିତ୍କର; ନଗଣ୍ୟ — ୨. Insignificant.

ଏ ଭାବେ ଯେ କରେ ବିଚାର; କୈବଲ୍ୟ କିବା ବସ୍ତୁ ତାର—ଜଗନ୍ନାଥ. ଭାଗବତ

ଦେ. ସର୍ବନାମ —

୧: (ବିସ୍ମୟବୋଧକ) କଅଣ ଅବା — ୧. What.

ଅଶେଷ ମହିମା ସେ ଧରେ, କିବା ଉପମା ଦେବା ତାରେ—ଜଗନ୍ନାଥ, ଭାଗବତ

୨: କେଡ଼େ —୨. How.

ସେ ନିର୍ମଳ ମୁଖପଦ୍ମ କିବା ମନୋହର—ମଧୂସୂଦନ ଉତ୍ତରରାମଚରିତ