କିଲା
ଦେଖଣା
କିଲା —
ଉଚ୍ଚାରଣ: Kilā
কেল্লা
किला
ବୈଦେ. ବି. (ଆ. କିଲା) —
୧: ଗଡ଼; ଦୁର୍ଗ —୧. Castle.
୨: ଦୁର୍ଗ ତୁଲ୍ୟ ପ୍ରାସାଦ — ୨. A palatial building.
୩: ଗଡ଼ଜାତରାଜ୍ୟ —୩. A feudatory state of India; a state of an Indian chief or Raja.
[ ଦ୍ର—ପ୍ରାଚୀନ ଉତ୍କଳର ସାମନ୍ତରାଜାମାନେ ଶତ୍ରୁଭୟରୁ ରକ୍ଷା ପାଇବା ପାଇଁ ରାଜଧାନୀମାନଙ୍କରେ ଦୁର୍ଗ ନିର୍ମାଣ କରି ରହୁ— ଥିବାରୁ ଉକ୍ତ ରାଜ୍ୟମାନଙ୍କୁ କିଲା ବୋଲା ୟାଉଥିଲା ଇଂରାଜ— ଅମଳରେ ସେଥିରୁ କେତେଗୁଡ଼ିଏ କରଦ ଓ ମିତ୍ରରାଜ୍ୟ (ଯଥା— ମୟୂଭଞ୍ଜ, ଢେଙ୍କାନାଳ, ଆଠଗଡ଼) ହେଲା , କେତେଗୁଡ଼ିଏ ଚିରସ୍ଥାୟୀ ବନ୍ଦୋବସ୍ତ ଜମିଦାରୀ (ଯଥା—କନିକା, କୁଜଙ୍ଗ, ଆଳି, ମଧୁପୁର) ହେଲା, କେତେଗୁଡ଼ିଏ ଅସ୍ଥାୟୀ ବନ୍ଦୋବସ୍ତ ଜମିଦାରୀ (ଯଥା— ବଳରାମପୁର, ଚଉଷଠିପଡ଼ା, କଳକଳା) ହେଲା ଓ କେତେଗୁଡ଼ିଏ ଖାସ୍ମାହାଲ୍ (ଯଥା ଖୋରଧା, ବାଙ୍କି, ଅନୁଗୁଳ) ହେଲା]