କିଶୋରୀ
ଦେଖଣା
କିଶୋରୀ —
ଉଚ୍ଚାରଣ: KiṠorī
ସଂ. ବିଣ. ସ୍ତ୍ରୀ. (କିଶୋଇ+ସ୍ତ୍ରୀ. ଈ) —
ନବଯୁବତୀ; ଯୁବତୀ — Young (Woman).
ସଂ. ବି —
୧: ଯୁବତୀ ସ୍ତ୍ରୀ —୧. Young girl.
୨: କୁମାରୀ —୨. Maiden.
୩: (ଯୁବତୀ ଥିବାରୁ) ରାଧିକା —୩. Rādhikā,the sweet-heart of Kṛushṇa.
ପିଇ ଦିଅନ୍ତି କି ଗୋଟି ୟାକ ସେ କିଶୋରୀ କି ରେ କବିସୂର୍ଯ୍ୟ. କିଶୋରୀଚମ୍ପୂ. ତ. ଗୀତ
୪: ଘୋଡ଼ାର ମାଈଛୁଆ —୪. A female colt (M.W.)
ଦେ. ବି. ସ୍ତ୍ରୀ —
ସ୍ତ୍ରୀଲୋକଙ୍କ ନାମ — Name given to females.