Jump to content

କୀଚକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଚକ
ଉଚ୍ଚାରଣ: Kīchaka

ସଂ. ବି. (ଚୀକ୍ ଧାତୁ= ଶବ୍ଦ କରିବା+କର୍ତ୍ତୃ. ଅକ; ନିପାତନ; ପବନ ପଶିଲେ ୟହିଁରୁ ଶବ୍ଦ ବାହାରେ) —

୧: ବେଣୁ ବାଉଁଶ; ଏକ ଜାତୀୟ ପୋଲା ବାଉଁଶ; ସୁନ୍ଦରା— ଘାଇ ବାଉଁଶ —୧. A kind of bamboo tree; hollow bamboo (which produces a whistling sound by the action of wind playing in the hollow).

୨: (ନାମ) ବିରାଟ ରାଜାଙ୍କ ଶଳା ଓ ସେନାପତି — ୨. The commander-in-chief and brother-in-law of king Birāṭa.

[ଦ୍ର—ଏ ଅତ୍ୟନ୍ତ ଦୁର୍ଦ୍ଦାନ୍ତ ଥିଲେ ପାଣ୍ଡବମାନେ ଛଦ୍ମବେଶରେ ବିରାଟ ରାଜାଙ୍କ ପୁରରେ ଅବସ୍ଥାନ କରୁଥିବା ସମୟରେ ଏ କାମାତୁର ହୋଇ ଦ୍ରୌପଦୀଙ୍କୁ ଅତ୍ୟନ୍ତ ଅପମାନିତା ଓ ବ୍ୟତିବ୍ୟସ୍ତ କରିବାରୁ ଭୀମସେନ କୌଣସି ନିର୍ଜନ ସ୍ଥାନରେ ଏହାଙ୍କୁ ଚିପିଚାପି, ଦଳିଦାଳି ମାଂସ ପିଣ୍ଡୁଳା କରି ମାରି ପକାଇ ଥିଲେ]

୩: ରାକ୍ଷସବିଶେଷ —୩. Name of a demon.