କୀଚକବଧ
ଦେଖଣା
କୀଚକବଧ —
ଉଚ୍ଚାରଣ: Kīchakabadha
ସଂ. ବି. (୬: ଷ୍ଠୀ ତତ୍; କୀଚକ+ବଧ) —
ଭୀମଙ୍କଦ୍ବାରା କୀଚକର ହତ୍ୟା — The assassination of Kīchaka by Bhīma.
ଦେ. ବି —
ଅତ୍ୟନ୍ତ ମାଡ଼ ଦେଇ କୌଣସି ବ୍ୟକ୍ତିଙ୍କୁ ଲମ୍ବାଚଉଡ଼ା କରିଦେବା; (କଥାରେ କହନ୍ତି "ମୋ କଥା ଶୁଣୁନାହୁଁ," ମୁଁ ତତେ କୀଚକବଧ କରି ଦେବିଟି; ଅର୍ଥାତ୍ ଭୀମ କୀଚକୁ ମାଡ଼ରେ ଦଳିମଳି ଦେଲା ଭଳି ମୁଁ ତତେ ମାଡ଼ରେ ଜର୍ଜରିତ କରି ଲମ୍ବାଚଉଡ଼ା କରି ତଳେ ପକାଇ ଦେବିଟି") —୨. (figurative) Excessive beating of a man (by means of crushing showers of blows) like that inflicted on Kīchaka by Bhīma.