କୀର୍ତି
କୀର୍ତି —
ଉଚ୍ଚାରଣ: Kīrti
(ଅକୀର୍ତି—ବିପରୀତ)
(କୀର୍ତ୍ତି—ଅନ୍ୟରୂପ)
ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) —
୧: ୟଶଃ; ସୁଖ୍ୟାତି — ୧. Glory; renown.
୨: ଲୋକ ମୂଖରୁ ପ୍ରଶଂସା — ୨. Public praise; fame.
୩: ଦାନାଦି ପ୍ରଭବ ସୁନାମ; ନାଆଁ — ୩. Fame due to benefitting others.
୪: ପୁଣ୍ୟ (ହିନ୍ଧି. ଶବ୍ଦସାଗର) — ୪. Piety.
୫: ବିସ୍ତାର —୫. Extension; expansion.
୬: କର୍ଦ୍ଦମ; କାଦୁଅ (ହି. ଶବ୍ଦସାଗର) — ୬. Clay; mud.
୭: (ନାମ) ସୀତାଙ୍କର ଏକ ସଖୀ — ୭. Name of a companion of Sītā
୮: (ନାମ) ଦକ୍ଷଙ୍କର ଏକ କନ୍ୟା ଓ ଧର୍ମଙ୍କ ପତ୍ନୀ — ୮. Name of daughter of Daksha and wife of Dharma.
୯: ଆର୍ୟ୍ୟା ଛନ୍ଦର ଏକ ଭେଦ — ୯. Name of a Sanscrit metre.
[ଦ୍ର—ଏଥିରେ ୧୪:ଟି ଗୁରୁ ଓ ୧୯:ଟି ଲଘୁ ବର୍ଣ୍ଣ ଥାଏ (ହି. ଶବ୍ଦସାଗର)]
୧: ଦଶାକ୍ଷରୀ ବୃର୍ତ୍ତବିଶେଷ — ୧୦. Name of a musical metre of ୧୦ syllables.
[ଦ୍ର—ଏଥିର ପ୍ରତ୍ଯେକ ଚରଣରେ ୩: ସଗଣ ଓ ଏକ ଗୁରୁ ବର୍ଣ୍ଣ ଥାଏ (ହି. ଶବ୍ଦସାଗର)]
୧୧: ଏକାଦଶାକ୍ଷରୀ ବୃତ୍ତବିଶେଷ — ୧୧. Name of a Sanscrit metre of ୧୧ syllables.
[ଦ୍ର—ଏହା ଇନ୍ଦ୍ରାବଜାର ମିଳନରେ ରଚିତ ହୁଏ; ଏଥିର ପ୍ରଥମ ଚରଣର ପ୍ରଥମ ଅକ୍ଷର ଲଘୁ ଓ ଶେଷ ୩: ଚରଣର ପ୍ରଥମ ଅକ୍ଷର ଗୁରୁ ହୁଏ(ହି. ଶବ୍ଦସାଗର)]
୧୨: ଜ୍ଯୋତି —୧୨. Lustre. (M.W.)
୧୩: ପ୍ରସାଦ —୧୩. Favour. (M.W.)
୧୪: ପ୍ରାସାଦ —୧୪. Palace. (M.W.)
୧୫: (କୃ ଧାତୁ) ମଇଳା; ମଳି — ୧୫. Dirt (M.W.)
୧୬: ମାତୃକାବିଶେଷ — ୧୬. Name of one the divine energy personified (M.W.)
ଦେ. ବି —
୧: ୟଶୋବନ୍ତ କାର୍ଯ୍ୟ — ୧. A work which brings renown to the doer; work of public utility.
[ଦ୍ର—ମନ୍ଦିରନିର୍ମାଣ, ପୁଷ୍କରିଣୀଖନନ, ଅନ୍ନସତ୍ର ଓ ଜଳସତ୍ର ସ୍ଥାପନ, ଧର୍ମଶାଳା, ପାନ୍ଥନିବାସ ସ୍ଥାପନ ଏବଂ ପଥପାର୍ଶରେ ବୃକ୍ଷାଦି ରୋପଣ ପ୍ରଭୃତି ଜନହୀତକର କାର୍ଯ୍ୟଦ୍ବାରା କୀର୍ତି ହୁଏ ବୀରତ୍ବ ପ୍ରକାଶ କରିବା, ପାଣ୍ଡିତ୍ୟ ପ୍ରଦର୍ଶନ କରିବା ପ୍ରଭୃତି ଦ୍ବାରା ୟଶଃ ହୁଏ କୀର୍ତି ସତ୍କାର୍ଯ୍ୟପ୍ରଭବା ଓ ୟଶଃ ସଦ୍ଗୁଣପ୍ରଭବା କୀର୍ତି ମରଣାନ୍ତ— ସ୍ଥାୟିନୀ ଓ ୟଶଃ ଜୀବିତକାଳସ୍ଥାୟୀ]
୨: (ବ୍ୟଙ୍ଗ୍ୟାର୍ଥ) ନିନ୍ଦିତ କର୍ମ; ଗର୍ହିତ କାର୍ଯ୍ୟ — ୨. (ironical) An infamous act.
୩: (ବ୍ୟଙ୍ଗ୍ୟାର୍ଥ) ଅୟଶ — ୩. (ironical) Ill fame; disrepute.
[ଦ୍ର—ସଂସ୍କୃତ—ଇଂରାଜୀ ଅଭିଧାନକାର ମନିଅର୍ ବିଲ୍ଲିଆମ୍ସ ଲେଖିଅଛନ୍ତି ଯେ 'କୀର୍ତ୍ତି' ବନାନ ଅଶୁଦ୍ଧ ଅଟେ ଓ 'କୀର୍ତି' ବନାନ ଶୁଦ୍ଧ ଅଟେ; କିନ୍ତୁ ପ୍ରଭୃତିବାଦ, ଆପ୍ତେ, ହିନ୍ଦି. ଶବ୍ଦସାଗର, ଶବ୍ଦକଳ୍ପଦ୍ରୁମ ଓ ଜ୍ଞାନେନ୍ଦ୍ରଙ୍କ ବଙ୍ଗଳା ଅଭିଧାନରେ ଏହା କୀର୍ତ୍ତି— ରୂପେ ଲେଖାଅଛି]