କୀର୍ତିମୁଖ
ଦେଖଣା
କୀର୍ତିମୁଖ —
ଉଚ୍ଚାରଣ: Kīrtimukha
ଦେ. ବି —
ଶିବମନ୍ଦିରର ଦ୍ବାରଦେଶରେ ଥିବା ଖୋଦିତ ବା ଚିତ୍ରିତ ମୁଣ୍ଡ — A figure-head adorning the door of a temple of Ṡba.
[ଦ୍ର—ଗର୍ବଦୃପ୍ତ ଜଳନ୍ଧର ପାର୍ବତୀଙ୍କୁ ବିବାହ କରିବାକୁ ମହାଦେବଙ୍କ ନିକଟକୁ ରାହୁକୁ ଦୂତରୂପେ ପଠାଇବାରୁ କ୍ରୋଧାନ୍ବିତ ମହାଦେବଙ୍କ ଭ୍ରୂ ମଧ୍ୟରୁ ଗୋଟିଏ ଭୀଷଣ ମୂର୍ତ୍ତି ରାହୁକୁ ଗ୍ରାସ କରିବାକୁ ଗୋଡ଼ାଇ ଗଲା ତହୁଁ ରାହୁ ମହାଦେବଙ୍କ ପାଖେ ଶରଣ ପଶିଲା ମହାଦେବଙ୍କ ବରରେ ଏ ଭୀଷଣ ମୂର୍ତ୍ତି ରାହୁର ମୁଣ୍ଡଟିକୁ ଛାଡ଼ି ଶରୀରର ଅନ୍ୟ ସମସ୍ତ ଅବୟବ ଗ୍ରାସ କଲା ଏହି ମୁଣ୍ଡ କୀର୍ତିମୁଖ ନାମ ଧାରଣ କରିଅଛି ପ୍ରଥମେ ଏହି ମୁଣ୍ଡକୁ ଦର୍ଶନ ଓ ଅର୍ଚ୍ଚନା କରି ମନ୍ଦିର ମଧ୍ୟକୁ ନ ଗଲେ ଶିବଦର୍ଶନ ଓ ସେବା ପୂଜା ନିଷ୍ଫଳ ହୁଏ—ସ୍କନ୍ଧପୁରାଣ]