କୀଳ
କୀଳ —
ଉଚ୍ଚାରଣ: Kīḻa
ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) —
୧: ଖିଲ; ଗେଞ୍ଜଣା; ମେଖ; ସରୁ ଓ ଛୋଟ ମୁନିଆ କାଠ ବା ଧାତୁ —୧. Peg; pin.
୨: ଖୁଣ୍ଟା; ଖୁଣ୍ଟି —୨. Short pillar; post; stake.
୩: ଖୁଣ୍ଟ —୩. Pillar.
୪: ମୁଷ୍ଟ୍ୟାଘାତ; ମୃଥ; ମୁଖୀ — ୪. Blow by the clenched fist.
୫: ଅଗ୍ନିଶିଖା —୫. Flame.
୬: କବାଟର କୀଳଣୀ —୬. The bolt of a door.
୭: କହୁଣି —୭. Elbow.
୮: ପିରିକ; କଣ୍ଟା —୮. Nail; prick.
୯: ସୂର୍ଯ୍ୟଘଟିକାର ଛାୟାଦର୍ଶକ କଣ୍ଟା — ୯. Gnomon of a sundial (M.W.)
୧: ଚକିର ମାଣିଖୁଣ୍ଟି (ହି. ଶବ୍ଦସାଗର) —୧୦. The central pin of the lower mill-stone.
୧୧: ଗୋରୁ ଖୁଣ୍ଟ —୧୧. Post in a cow-house for fastening cattle (M.W.)
୧୨: (ସୁଶ୍ରୁତ) ପ୍ରସବ ପୂର୍ବରୁ ଭ୍ରୁଣ ଯୋନିଦ୍ବାରାରେ ଅଟକିବା ଅବସ୍ଥା —୧୨. The position of a foetus impending delivery.
୧୩: କୁମ୍ଭାର ଚକର ମଝି ଖୁଣ୍ଟି (ହି. ଶବ୍ଦସାଗର) — ୧୩. The central stake of a potter's wheel.
୧୪: (ସୁଶ୍ରୁତ) କଣ୍ଟା ଆକାରର ଆବୁ; ପଦ୍ମକଣ୍ଟକ — ୧୪. A kind of tumour having the shape of a stake.
୧୫: ନାକରେ ପିନ୍ଧା ଯିବା ଲବଙ୍ଗ ଆକାରରେ ଅଳଙ୍କାର ବିଶେଷ (ହି. ଶବ୍ଦସାଗର) —୧୫. A clove-like ornament for the nose.
୧୬: ସ୍ତ୍ରୀପ୍ରସଙ୍ଗରେ ଆସନବିଶେଷ; କୀଳାସନ (ହି. ଶବ୍ଦସାଗର) ୧୬. A kind of pose in coition.