କୁଆ
ଦେଖଣା
କୁଆ —
ଉଚ୍ଚାରଣ: Kuā
কাঁগ
कउआ
ଦେ. ବି. (ସଂ. କାଳ) —
୧: ବାୟସ; କାଳ —୧. Crow.
[ଦ୍ର—ଏହା ଗ୍ରାମଚର ଶାଖାଶ୍ରୟୀ ବର୍ଗର କୃଷ୍ଣବର୍ଣ୍ଣ ପକ୍ଷୀ ଏହାର ବେକ ସରୁ, ଦେହ ଓ ପକ୍ଷ କୃଷ୍ଣ କଥିତ ଅଛି ଯେ ଦଣ୍ଡକାରଣ୍ୟରେ ଥିବା ସମୟରେ ସୀତାଙ୍କ ଓଷ୍ଠକୁ ଏହି ପକ୍ଷୀ ମାଁସଲୋଭରେ ଖୁମ୍ପିଦେବାରୁ ରାମଚନ୍ଦ୍ରଙ୍କ ଅଭିଶାପରେ ଏ କଣା ବା ଟେରା ହୋଇ— ଗଲା ଏକ ଋଷି କାକରୂପ ଧରି ରାମଚନ୍ଦ୍ରଙ୍କ ଉଚ୍ଛିଷ୍ଟ ଖାଇ ଅମର ହୋଇଥିଲେ ଏଥିପାଇଁ କାକମାନେ ବହୁକାଳ ବଞ୍ଚନ୍ତି]
୨: (ଲକ୍ଷଣାର୍ଥ) କୁଆ ପରି ଗୋଳମାଳ କରିବା ବ୍ୟକ୍ତି — ୨. (figurative) A noisy person.
୩: (ଲକ୍ଷଣାର୍ଥ) ଅଇଁଠା ଓ ଅମେଧ୍ୟ ଖାଇବା ବ୍ୟକ୍ତି — ୩. (figurative) One who takes unclean food and leavings (like the crow).
୪: (ସଂ. କୂପ, କୂପକ)—ତେଲକୁମ୍ପା; ଚର୍ମନିର୍ମିତ ତୈଳ— ପାତ୍ର; ଚମ ପିମ୍ପା —୪. Leathern oil-can; hogshead.