କୁଆକେନ୍ଦୁ
ଦେଖଣା
କୁଆକେନ୍ଦୁ —
ଉଚ୍ଚାରଣ: Kuākendu
ସଂ. ନାମ—କାକେନ୍ଦୁ;
କୁଳକ;କାଳପୀଳୁକ;
କାଳତିନ୍ଦୁକ
মাকড়াগাব
काकतेंदु; मकरतेंदुआ
ମ. କାକଟେଂଭୁର୍ଣୀ
ଗୃ. କାକଟିଂବରବୋ
ତେ. ତମିକ; ତା ତୁମିକ
ଦେ. ବି. (ସଂ. କାକେନ୍ଦୁ; ଏ ଗଛ କୃଷ୍ଣବର୍ଣ୍ଣ ଥିବାରୁ) —
ତମାଳ ବର୍ଣ୍ଣର ଧୁସରାକେନ୍ଦୁ; ମାକଡ଼— କେନ୍ଦୁ —A tree and its fruit; Diospyros Tomentosa; Ebony.
[ଦ୍ର—ଏହା କେନ୍ଦୁଜାତୀୟ ଗଛ ଏହାର ମଞ୍ଜ ଗାଢକୃଷ୍ଣ ଅବଳୁସକାଠ ଏହା ନୀବିଡ଼ପତ୍ର ଓ ଚିରଶ୍ୟାମଳ କୃକ୍ଷ ଗ୍ରୀଷ୍ମ କାଳରେ ଏହାର ଫଳ ପାଚେ ଓ ମିଠା ଲାଗେ କଞ୍ଚା ଫଳର ଅଠା ଚୁନ ମସଲାଆଦିରେ ଦିଆଯାଏ ଓ କଞ୍ଚାଫଳର ସିଝାପାଣି ଜାଲରେ କଷ ଦିଆଯାଏ ଏହା କଷାୟ— ମଧୁର, ଶ୍ଲେଷ୍ମବର୍ଦ୍ଧକ, ବାତପିତ୍ତଜ ବ୍ୟାଧିନାଶକ, ବମନ ନିବାରକ ଓ ଶ୍ରାନ୍ତିହର]